STORYMIRROR

SUJATA DAS

Classics Fantasy

4  

SUJATA DAS

Classics Fantasy

କୋଣାର୍କ

କୋଣାର୍କ

1 min
398


ସଭିଏଁ କୁହନ୍ତି

  ପଥର ଆଖିରୁ

    ଝରେନାହିଁ କାଳେ ଲୁହ

ଦେଖିଯାଅ ଥରେ

  କୋଣାର୍କ ହୃଦୟ

    ଭରିଅଛି କେତେ କୋହ.

ଚାରୁକଳା ଦେହେ

  ଜୀବନ୍ତ ସ୍ପନ୍ଦନ

     କରିଛି ମୁଁ ଅନୁଭବ

ନିର୍ଜନ ନିଶିଥେ

  ଉଷ୍ମ ଦୀର୍ଘଶ୍ୱାସ

    ଶୂନ୍ୟତାର ପରାଭବ.

ଭଗ୍ନ ସ୍ଥାପତ୍ୟର

  ନଗ୍ନ ପରିଭାଷା

    ବିଦଗ୍ଧ ଯନ୍ତ୍ରଣା ଗୁପ୍ତ 

ଚାରୁ ଲିପି ଓଠେ

  ବ୍ୟଥା ପରିଭାଷା

    ସମୟ ପୁସ୍ତକେ ଲୁପ୍ତ.

ଅତୀତର ମୋହ

  ଘାରେ ଅହରହ

    ଆହତ ମଧୁର ସ୍ମୃତି

କଳ୍ପନା ବିଳାସୀ

   ସ୍ବପ୍ନ ଅଭିଳାଷୀ

    ପ୍ରଣୟର ମଧୁମତୀ.

ନିର୍ଜନ ପଥରେ

  ଏମିତିକା ଲାଗେ

     ନୁପୁର ଶବ୍ଦରେ କୋହ

ପାଷାଣ ନର୍ତ୍ତକୀ

  ହୃଦୟରୁ ଝରେ

    ଶୂନ୍ୟତାର ଉଷ୍ଣ ଲୁହ.

ଚାରୁକଳା ପ୍ରୀତି

  ବିଭୋର ସ୍ଥପତୀ

    ନିହାଣ ମୁଗୁର ସାଥେ

କଳ୍ପନା ମାଧୁର୍ଯ୍ୟ

  ବାସ୍ତବ ଭାସ୍କର୍ଯ୍ୟ

     ଜୀବନ୍ତ ଶିଳ୍ପୀର ହାତେ.

ନାହିଁ ସେଇ ବେଳା

  ପ୍ରଣୟ ମେଖଳା

     ଶୁଷ୍କ ଭାବନାର ଗ୍ରନ୍ଥ 

ସାକ୍ଷୀ ଏକା ତାର

   ଇତିହାସ ପୃଷ୍ଠା

     ସ୍ମୁତିର ଦଦରା କାନ୍ଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics