STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅନନ୍ତ ପ୍ରତୀକ୍ଷା

ଅନନ୍ତ ପ୍ରତୀକ୍ଷା

1 min
321

ତୁମେ ଏମିତି ଥରେ ଅଚାନକ ଆସ

ଅନନ୍ତ ପ୍ରତୀକ୍ଷାର ଅନ୍ତ ହେଉ

ଅଥଚ ଅମୃତ ଆମନ୍ତ୍ରଣ ବଂଚି ରହୁ


ତୁମେ ଏମିତି ଥରେ ଛୁଇଁବାକୁ ଆସ

ସ୍ନେହିଳ ସ୍ପର୍ଶର ବୟସ ଲମ୍ବା ହେଉ

ଅଥଚ ଦେହ ଦେଉଳରେ ଦଧିନଉତି ଥାଉ


ତୁମେ ଏମିତି ଥରେ ଚୁମିବାକୁ ଆସ

କୁଣ୍ଡଳିନିରୁ ଉଦ୍ଗମ ସ୍ନେହ ତରଙ୍ଗମୟ ହେଉ

ଅଥଚ ସାରା ଦେହ ଦେହଳି ଅକ୍ଷୂର୍ଣ୍ଣ ଥାଉ


ତୁମେ ଏମିତି ଥରେ ଜାବୋଡି ଧରିବାକୁ ଆସ

ଦେହ ସୁଖର ଚରମ ଉତ୍କର୍ଷ ହେଉଥାଉ

ଅଥଚ ମନ ସୁଖର ସୀମାରେଖା ନଥାଉ


ତୁମେ ଏମିତି ଥରେ ଗପିବାକୁ ଆସ

ଅଳ୍ପ ଅଳ୍ପ ଅଣୁ ଗଳ୍ପ ଆରମ୍ଭ ହେଉ

ଅଥଚ ଅସରନ୍ତି ଗଳ୍ପର ଆତ୍ମିକ ବିବର୍ତ୍ତନ ହେଉ


ତୁମେ ଏମିତି ଆସିବ କହୁଥାଅ 

ଅଥଚ ଆସୁନଥାଅ

ଦେଖିବାର ଉତ୍କଣ୍ଠା ଲମ୍ବେଇ ଯାଉ

ଅଥଚ ଅନ୍ତହୀନ ସମୀକ୍ଷା ଶେଷ ନ ହେଉ

ଅଥଚ ସୀମାହୀନ ପ୍ରେମ ସ୍ୱରୂପ ବଂଚି ଥାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy