ଶତେକ ସୁମନ କଢ଼
ଶତେକ ସୁମନ କଢ଼
ମନ ବିହଙ୍ଗମ
ରଚିଲା ତା ନୀଡ
ତମ ପ୍ରେମ ବୃକ୍ଷର
ଶୀର୍ଷ ଡାଳେ,
ଭୁଞ୍ଜିଲା ସେଇଠି
ମଧୁପର୍କ ଫଳ
ମୁଦି ତା ନୟନ
ସ୍ବପ୍ନ ଭୋଳେ l
ସେ ନୀଡ଼ରେ ତମେ
ଶୋଇ ରହିଥିଲ
ରତ୍ନ ପଲଙ୍କରେ
ତୁଳିତଳ୍ପ ଶଯ୍ୟାପରେ,
ସ୍ୱପ୍ନରେ ଦେଖିଲି
ମୁଁ ଝୁଲି ଖେଳୁଛି
ତମ ପଲକର
ରତ୍ନ ପାଲିଙ୍କିରେ l
ଶୁଭୁଥିଲା ମତେ ତମେ କହୁଥିଲ
ପ୍ରିୟ, ଆଉ ଛାଡି ଯାଅ ନାହିଁ
ପ୍ରିୟାକୁ ତମର
ଖୋଜନାହିଁ ଆଉ କେଉଁ ପ୍ରେମ ନୀଡ,
ମୁଁ ସଜାଇଛି ଦେଖ
କେତେ ସରାଗରେ
ମୋ ତନୁଲତିକାର
ଶତେକ ସୁମନ କଢ ।

