ଆମ୍ଭ ତୀର୍ଥଯାତ୍ରା
ଆମ୍ଭ ତୀର୍ଥଯାତ୍ରା
ଭୁବନେଶ୍ୱରରୁ ରାଜଧାନୀ ଗାଡ଼ି l
ଦିଲ୍ଲୀ ଅଭିମୁଖେ ଦେଇଅଛି ଛାଡ଼ି ll
ତ୍ୱରିତ ବେଗରେ ଗାଡ଼ି ଯାଏ ଗଡ଼ି l
ତଡ଼ିତ ଶକତି ନେଉ ଅଛି ତଡ଼ି ll
ଉଡ଼ାଇ ନେଉଛି କାଠି କୁଟା ମାନ l
ଦୁଇପାର୍ଶ୍ୱେ ଶୋଭା ହରିତ କାନନ ll
କଟକର ପରେ ବଢ଼ାଇଛି ବେଗ l
କାଲି ଦଶଟାରେ ଦିଲ୍ଲୀ ପହଞ୍ଚିବ ll
ନଗରେସୂ ଦିଲ୍ଲୀ ପୁଷ୍ପ ମଧ୍ୟେ ମଲ୍ଲି l
ଭାଗ୍ୟେ ନାହିଁ କରିବାକୁ ବୁଲାବୁଲି ll
ଜାମ୍ମୁ ଯିବି ପୁଣି ସନ୍ଧ୍ୟାବେଳ ଗାଡ଼ି l
ପହଞ୍ଚିବ ଯାଇ ସକାଳେ ଦୋଉଡ଼ି ll
ଝିଅ ଘରେ ରହି ପଞ୍ଚବିଂଶ ଦିନ l
ସେଠାରୁ ବାହୁଡ଼ି ଯିବୁ ବୃନ୍ଦାବନ ll
ଜାମ୍ମୁରେ ଦର୍ଶନ ପ୍ରଭୁ ରଘୁନାଥ l
ମାଆ ଭଦ୍ରକାଳି ଜଗତ ବିଖ୍ୟାତ ll
ରାଜା ହରିସିଂହ ବିଶାଳ ଭବନ l
ବୈଷ୍ନୋମାତାଙ୍କର ଶୁଭ ଦରଶନ ll
ଝିଅଘରେ ଶେଷହୋଇଲା ରହଣି l
ବୃନ୍ଦାବନେ ଡାକୁଛନ୍ତି ନନ୍ଦରାଣୀ ll
ଆନନ୍ଦେ ଯମୁନା ଜଳ କରି ପାନ l
ପରିକ୍ରମା କରି ଗିରି ଗୋବର୍ଦ୍ଧନ ll
ବୃନ୍ଦାବନଚନ୍ଦ୍ରେ ପୁଣି କରି ଦେଖା l
ଛଡ଼ାଇବୁ ଦରଶନ ମନ ରଙ୍କା ll
ରାଧାକୁଣ୍ଡ ଶ୍ୟାମକୁଣ୍ଡରେ ସ୍ନାହାନ l
ଦରଶନ କେଳି କୁଞ୍ଜ ନିଧିବନ ll
ବ୍ରଜପୂରେ ଦେଖି ବିଭିନ୍ନ ସ୍ଥାନକୁ l
ଗାଡ଼ି ଛାଡ଼ି ଦେବ ଭୁବନେଶ୍ୱରକୁ ll
ଗାନ୍ଧି ମହାତ୍ମାଙ୍କ ପୁଣ୍ୟ ଜନ୍ମ ଦିନ l
ପହଞ୍ଚିବୁ ଯାଇ ଏକାମ୍ର କାନନ ll
ଏହିପରି ଆମ ଯାତ୍ରା ଶେଷହେବ l
ସଙ୍ଗେ ଅରୁନ୍ଧତୀ ଯାତ୍ରା ନବାଧିବ ll
