STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବାହାଦୁରିର ହୁରି

ବାହାଦୁରିର ହୁରି

1 min
328

କବିତା - ବାହାଦୁରିର ହୁରି

ରଚନା - ପଞ୍ଚାନନ ଜେନା

ତାରିଖ -୧୯-୧୨-୨୦୨୪


ଭାବି ଦେଖିବେ କି ଥରେ

ହାତ ଯୋଡି ଅନୁରୋଧ କରୁଛି ବାରେ


ଦିନ ଆସିବ

ତୁମେ ଥକିଯିବ

ସମୟ ଆସିବ

ତୁମେ ଦୁର୍ବଳ ନିଃର୍ବଳ ଦିଶିବ

ଶରୀରରେ ସ୍ଥାଣୁତା ଆସିବା କାରଣରୁ ନୁହଁ

ଶରୀରରେ ରୁଗ୍ଣତା ଦୁର୍ବଳତା କାରଣରୁ ନୁହଁ


ଅସଲ କାରଣ ହେଲା 

ଭୀରୁତା କାୟରତା ଚିନ୍ତାରେ

କାପୁରୁଷ ପଣିଆ ମୁଣ୍ଡରେ 

ଅମଣିଷ ପଣିଆ ଚେତନାରେ


ଶୁଣୁଥିବ ସବୁ ଅନ୍ୟାୟ ଅନିତି

ମନରେ ଭାବୁଥିବ ବିରୋଧ କରିବା ବିଧି

କିନ୍ତୁ ତୁନି ରହିବ ଚୁପ୍ ଚାପ୍ ବସିବ

ମୁଣ୍ଡରେ ଭାବୁଥିବ ବିଦ୍ରୋହ କରିବା ଜରୁରୀ

କିନ୍ତୁ ତୁଣ୍ଡରେ ତାଲା ଝୁଲେଇ

ଓଠରେ ଫେଭିକଲ୍ ଲଗେଇ

 ନିରୀହ ଗାଈପଲ ପରି ସହିଯିବ ସବୁଠି ସବୁରୀ


ମଣିଷ ତନୁରେ ଦୁର୍ବଳ ହେଲେ ବି

ହିମ୍ମତ ଥିବା ଦରକାର

ସାହସ ଥିବା ଦରକାର

ମନୋବଳ ବି ଆକାଶଛୁଆଁ ହେବା ଦରକାର

ଶାରୀରିକ ଅକ୍ଷମତା ଆସିପାରେ

ମାତ୍ର ମାନସିକ ସ୍ଥାଣୁତା ନା ଆସୁ

ମନସା କର୍ମସାରେ ତିବ୍ରତା ଆସୁ


ସରଳ ମଣିଷକୁ ଠକିଦେବା 

ପାଞ୍ଚ ପେଞ୍ଚ କରି ପରାସ୍ତ କରିବା

ବାହାଦୁରି ନୁହଁ

ମାତ୍ର ସେହି ବୋଝ କୁ

 ଜୀବନ ସାରା

ବୋହିବା ସବଳ କାନ୍ଧରେ

ମୁଣ୍ଡେଇ ବୁଲିବା ଶିକ୍ଷିତ ପିଠିରେ

ବାହାଦୁରି କି ?


ନିଜକୁ ପଚାର

ନିଜ ଅବଚେତନ ମନକୁ ପ୍ରଚାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy