STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶୂନ୍ୟପ୍ରେମ

ଶୂନ୍ୟପ୍ରେମ

1 min
349


ପ୍ରେମରେ ପ୍ରତୀକ୍ଷା

ପ୍ରେମରେ ସମୀକ୍ଷା

ପାଇଁ ଦେବାକୁ ପଡ଼େ ଅନେକ ପରୀକ୍ଷା


ପ୍ରେମରେ ପ୍ରତାରଣା

ପ୍ରେମରେ ବାଟବଣା

ହେଲେ ଭୋଗିବାକୁ ପଡେ ଅନେକ ଯନ୍ତ୍ରଣା


ମାତ୍ର ମୋ ଅନୁଭବ କହେ

ମାତ୍ର ମୋ ଅଧୁରା ବୈଭବ କହେ

ଭାବନା କଲ୍ଲୋଳରେ ପରା ଅମର ପ୍ରେମ

ନିରୋଳା ପ୍ରହରରେ ପରା ଅମୃତ ଉଦ୍ଗମ


କୁହ ଭାଇ

ଦୁଃଖ କରିବି କାହିଁ

ବିଳାପ ଚଉତିଶା ଗାଇବି ନାହିଁ


କାରଣ ମୁଁ ଜାଣିଛି 

ଆଖ ପାଖରେ ସିନା ସେ ନାହିଁ

ସ୍ୱସରୀରେ ସେ ସିନା ଦିଶୁନାହିଁ

ଆଖି ଆଗରେ ସେ ଜମାରୁ ନାହିଁ

ମାତ୍ର ନିତି ସ୍ୱପ୍ନରେ ଆସୁଛି 

ପାଖରେ ବସି ଗପୁଛି 

କେତେ କଥା କହୁଛି

ଦେହରେ ଦେହ ଘଷେଇ 

ପୁଷି ବିଲେଇ ପରି ହେଉଛି


ଜାଣିଲ ଭାଇ 

କେମିତି କହିବି ସେ ପ୍ରତ୍ୟାଖ୍ୟାନ କରିଛି

କେମିତି ଭାବିବି ସେ ମୋତେ ଭୂଲି ଯାଇଛି

ପରିସ୍ଥିତି ଚକ୍ରର ଆବର୍ତ୍ତରେ ଆସି

ଅନ୍ୟର ହାତ ସିନା ଧରିଛି

ଆଜି ବି ମାର୍ଗଶୀର ଶିତୁଆ ରାତିରେ

କମ୍ବଳ ଭିତରେ ମୋ ସମ୍ବଳ ସାଜୁଛି


ହେଉ ବରଂ ସେ ଭାବନା ତରଙ୍ଗରେ

ହେଉ ବରଂ ସେ କଳ୍ପନା ଉମଙ୍ଗରେ

ହେଉ ବରଂ ସେ ମୂର୍ଚ୍ଛନା ଅଙ୍କ ପଲଙ୍କରେ

ସେହି ଅନିର୍ବଚନୀୟ କ୍ଷଣିକ ଅମୃତ କ୍ଷଣ

ବାକିତକ ଆୟୁଷ ମୋ ତିଳ ତିଳ ସମର୍ପଣ


ମନ ତଳର ଭାବ ତ ଅମର ଆମର

ତନୁ ତଳର ପ୍ରେମ ତ ସାଶ୍ୱତ ସ୍ୱାକ୍ଷର


ବୋଧହୁଏ ଏହାରି ନାମ ଶୂନ୍ୟପ୍ରେମ

ଜାଣି ବି ମିଛ ଭାବ ଭାବନାରେ ପ୍ରେମ

ଜାଣି ବି ଅସମ୍ଭବ ସ୍ବପ୍ନ ପ୍ରବଣତାରେ ପ୍ରେମ

ଖାଣ୍ଟି ଦେଶି ଘିଅ ପରି  

ଦେଶି ହୃଦୟ କଢେଇରେ ବିଶୁଦ୍ଧ ପ୍ରେମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy