ଶୂନ୍ୟପ୍ରେମ
ଶୂନ୍ୟପ୍ରେମ
ପ୍ରେମରେ ପ୍ରତୀକ୍ଷା
ପ୍ରେମରେ ସମୀକ୍ଷା
ପାଇଁ ଦେବାକୁ ପଡ଼େ ଅନେକ ପରୀକ୍ଷା
ପ୍ରେମରେ ପ୍ରତାରଣା
ପ୍ରେମରେ ବାଟବଣା
ହେଲେ ଭୋଗିବାକୁ ପଡେ ଅନେକ ଯନ୍ତ୍ରଣା
ମାତ୍ର ମୋ ଅନୁଭବ କହେ
ମାତ୍ର ମୋ ଅଧୁରା ବୈଭବ କହେ
ଭାବନା କଲ୍ଲୋଳରେ ପରା ଅମର ପ୍ରେମ
ନିରୋଳା ପ୍ରହରରେ ପରା ଅମୃତ ଉଦ୍ଗମ
କୁହ ଭାଇ
ଦୁଃଖ କରିବି କାହିଁ
ବିଳାପ ଚଉତିଶା ଗାଇବି ନାହିଁ
କାରଣ ମୁଁ ଜାଣିଛି
ଆଖ ପାଖରେ ସିନା ସେ ନାହିଁ
ସ୍ୱସରୀରେ ସେ ସିନା ଦିଶୁନାହିଁ
ଆଖି ଆଗରେ ସେ ଜମାରୁ ନାହିଁ
ମାତ୍ର ନିତି ସ୍ୱପ୍ନରେ ଆସୁଛି
ପାଖରେ ବସି ଗପୁଛି
କେତେ କଥା କହୁଛି
ଦେହରେ ଦେହ ଘଷେଇ
ପୁଷି ବିଲେଇ ପରି ହେଉଛି
ଜାଣିଲ ଭାଇ
କେମିତି କହିବି ସେ ପ୍ରତ୍ୟାଖ୍ୟାନ କରିଛି
କେମିତି ଭାବିବି ସେ ମୋତେ ଭୂଲି ଯାଇଛି
ପରିସ୍ଥିତି ଚକ୍ରର ଆବର୍ତ୍ତରେ ଆସି
ଅନ୍ୟର ହାତ ସିନା ଧରିଛି
ଆଜି ବି ମାର୍ଗଶୀର ଶିତୁଆ ରାତିରେ
କମ୍ବଳ ଭିତରେ ମୋ ସମ୍ବଳ ସାଜୁଛି
ହେଉ ବରଂ ସେ ଭାବନା ତରଙ୍ଗରେ
ହେଉ ବରଂ ସେ କଳ୍ପନା ଉମଙ୍ଗରେ
ହେଉ ବରଂ ସେ ମୂର୍ଚ୍ଛନା ଅଙ୍କ ପଲଙ୍କରେ
ସେହି ଅନିର୍ବଚନୀୟ କ୍ଷଣିକ ଅମୃତ କ୍ଷଣ
ବାକିତକ ଆୟୁଷ ମୋ ତିଳ ତିଳ ସମର୍ପଣ
ମନ ତଳର ଭାବ ତ ଅମର ଆମର
ତନୁ ତଳର ପ୍ରେମ ତ ସାଶ୍ୱତ ସ୍ୱାକ୍ଷର
ବୋଧହୁଏ ଏହାରି ନାମ ଶୂନ୍ୟପ୍ରେମ
ଜାଣି ବି ମିଛ ଭାବ ଭାବନାରେ ପ୍ରେମ
ଜାଣି ବି ଅସମ୍ଭବ ସ୍ବପ୍ନ ପ୍ରବଣତାରେ ପ୍ରେମ
ଖାଣ୍ଟି ଦେଶି ଘିଅ ପରି
ଦେଶି ହୃଦୟ କଢେଇରେ ବିଶୁଦ୍ଧ ପ୍ରେମ
