ଇତିଗୀତି
ଇତିଗୀତି


ଭାବୁଛି ବସି ଏକାନ୍ତ ଘରେ କାନନେ
ସବୁ ରାତି ପୂର୍ଣ୍ଣମୀ ତିଥି ହୁଅନ୍ତା କି
ଆଉ ଆମେ ଦୁଇ ଜଣ ଛାତରେ ଛନ୍ଦି ବସନ୍ତେ କି
ଅଳପ ଅଳପ ଗଳ୍ପ ଭିତରେ ଗେଲ କରନ୍ତେ କି
ଆଉ ରାତି ପାହି ଯାଆନ୍ତା ଶୟନେ ମଗନେ
ଭାବୁଛି ବସି ନିର୍ମଳ ନିକାଞ୍ଚନେ
ତୁମ ହାତରେ ହାତ ଧାରା ଧରି ହେଇ
ଚାଲୁ ଚାଲୁ ସମୁଦ୍ର ବେଳାଭୂମୀ ନ ସରନ୍ତା କି
ନରମ ନରମ ବାଳୁକା ଶଯ୍ୟାରେ
ପାଦ ଚିହ୍ନର ପ୍ରମାଣ ରୁହନ୍ତା କି
ଆଉ ବାଉଳା ପବନ କୁତୁକୁତୁ କରନ୍ତା କି
ଚୁର୍ଣ୍ଣ କୁନ୍ତଳର ଅସରନ୍ତି ଚିବୁକ ଚୁମ୍ବନ
ଭାବୁଛି ବସି ନିରୋଳା ମନ୍ଥନେ
ତୁମେ ନିଜକୁ ନିଜେ ଖୋଲି ଦିଅନ୍ତ କି
>
ଝରା ଶେଫାଳି ପରି ମେଲି ଯାଆନ୍ତ କି
ତୁମ ଜଞ୍ଜାଳର ସାଇତା ପେଡି ଫିଟନ୍ତ କି
ତୁମ କପାଳ ଚୁମି କହୁଛି ମନେ ମନେ
ସବୁ କ୍ଷତ ପାଇଁ ମଲମ ମୁଁ
ସବୁ ରୋଗ ପାଇଁ ବଇଦ ମୁଁ
ସବୁ ସମସ୍ୟା ପାଇଁ ସମାଧାନ ମୁଁ
ସାଜନ୍ତି ଶେଷ ନିଃଶ୍ୱାସ ଥିବା ଯାଏ ଜୀବନ
ଭାବୁଛି ବସି କମ୍ବଳ ସଦନେ
ଡିସେମ୍ବର ରାତି ଦେହର ତାତି
ରାତିର ମତି ଗତି ପ୍ରଗତି
ଘଣ୍ଟାର ଘୂର୍ଣ୍ଣିନ ଆଉ ମନେ ପଡୁନି ସ୍ଥିତି
ପ୍ରୀତି ଅସ୍ରୋପଚାର ପାଇଁ ଅଣାୟତ୍ତ ପରିସ୍ଥିତି
ଭାବୁ ଭାବୁ ନିଜ ଆସିଯାଏ
ଭାବନା ବିଚରା ମରିଯାଏ
ବୋଧହୁଏ ନିଷ୍ଠୁର ନିୟମ ନିୟତିର
ସବୁ ଶୀତ ରାତିର ଶେଷ ଇତିଗୀତି ।