STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶେଷ ଖୁସିର ସନ୍ଧାନେ

ଶେଷ ଖୁସିର ସନ୍ଧାନେ

1 min
273

କବିତା - ଶେଷ ଖୁସିର ସନ୍ଧାନେ

ରଚନା - ପଞ୍ଚାନନ ଜେନା

ତାରିଖ - ୧୮-୧୨-୨୦୨୪


 ସୁଖ ବି କିଣି ପାରୁନି

 ଦୁଃଖ ବି ବିକି ପାରୁନି

କିନ୍ତୁ 

ନିତି ସକାଳୁ ବାହାରି ଯାଉଛି

ରୋଜଗାର ବି ହେଇ ପାରୁନି

କାହିଁକି କାହିଁକି ଜାଣିପାରୁନି


ସମସ୍ୟା ବି କହି ପାରୁନି

ସମାଧାନ ବି କାମରେ ଆସୁନି

ପରନ୍ତୁ

ସକାଳୁ ସଞ୍ଜରେ ତର୍କ କରୁଛି

ସମୟ କଟେଇ ବି ହେଉନି

କାହିଁକି କାହିଁକି ବୁଝିପାରୁନି


ଆଶା ବି ଥମି ଯାଉନି

ଦୁର୍ଦ୍ଦଶା ବି ପଛ ଛାଡୁନି

ଅପରନ୍ତୁ

ମୁଣ୍ଡରେ ତୁଣ୍ଡରେ କଳା କୌଶଳ

କିଛି କାମରେ ବି ଲାଗୁନି

କାହିଁକି କାହିଁକି ବୁଝାପଡ଼ୁନି


ବାପା - ବୋଉର ବି ହେଇ ପାରିଲିନି

ଭାଇ - ଭଉଣୀଙ୍କୁ ବି ଦେଇ ପାରିଲିନି

ଅଧିକନ୍ତୁ

ଛୋଟ ମୋଟ ଖୁସି ଆସର ପାଇଁ

ଚାକିରି ବାକିରି ବି କାମ ଦେଉନି

କାହିଁକି କାହିଁକି ଶୀର୍ଷକ ପାଉନି


ଆଲୋକ ବି ଦିଶୁନି

ଅନ୍ଧାର ବି ଘୁଞ୍ଚୁନି

କିନ୍ତୁ ପରନ୍ତୁ ଅଧିକନ୍ତୁ

ସମର୍ଥ ସେନାପତି ପରି ପ୍ରତି ସକାଳୁ

ଅନନ୍ତ ଆକାଶ ପରି କୃପାଳୁ ଦୟାଳୁ

ଶେଷ ଖୁସିର ସନ୍ଧାନେ 

ଶେଷ ଆଶାର ଅନୁସନ୍ଧାନେ

ଶେଷ ଅଶ୍ରୁର ପତନ ପାତନେ

ଶେଷ ସ୍ଵେଦବିନ୍ଦୁର ଶୁଷ୍କ ରନ୍ଧନେ 

ଶେଷ ଅସ୍ଥି ମଜ୍ଜାର ବନ୍ଧନେ ଇନ୍ଧନେ

ପାଇବାକୁ ଆଞ୍ଜୁଳାଏ ଖୁସି ଫୁଲର ମହକ ମନେ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy