STORYMIRROR

Prangya PARImita Mishra

Romance Tragedy Fantasy

4  

Prangya PARImita Mishra

Romance Tragedy Fantasy

କଣ୍ଟକର ଉଦନ୍ତ ✉️❣️

କଣ୍ଟକର ଉଦନ୍ତ ✉️❣️

1 min
273

ଲେଖୁଛି କଣ୍ଟା ଆଜି ତା ଗୋଲାପକୁ ଦେଖି

ଛାଡି ମୋତେ ଦିନେ ଚାଲିଯିବୁ ତୁ ନା ସଖୀ?? 


କେହି ନେଇଯିବେ ନାହିଁ ବୋଲି ମୁଁ ଯେ ଥିଲି

ପର କରି ମୋତେ କିନ୍ତୁ ଯିବୁ ତୁହି ଚାଲି


ସୌନ୍ଦର୍ଯ୍ୟଟି ତୋର ଧନି କେଡେ଼ ଅପରୂପ

ଦେଖି ଦେଇ ମନ ଭରେ ପ୍ରତିଟି ପାଦପ


ସୁରକ୍ଷା ସେ ସୌନ୍ଦର୍ଯ୍ୟର ପାଇଁ ମୁଁ ଯେ ରହି

ଯଥା ପଙ୍କେ ସରୋଜର ସାଥେ ଥାଏ ଅହି


ସାଜୁ ତୁ ଯେ ଅନ୍ୟ ପାଇଁ ପ୍ରଣୟ ପ୍ରତୀକ

ମାତ୍ର କେହି ଜାଣେ ନାହିଁ ମୁଁ ତୋର ପ୍ରେମିକ


ଦେଖୁଥାଏ ସଦା ବସି ପ୍ରଫୁଲ୍ଲ ଲପନ

ନଥିଲେ ତୁ କେଡେ଼ ଖାଲି ଥାଏ ତୋର ସ୍ଥାନ


ବେନି ନୟନ ମୋ ପୁରେ ତୋ ରୂପକାନ୍ତିରେ

କାହାକୁ ମୁଁ ଭାବି ନାହିଁ କେବେ ତୋ ଠାରୁ ଉର୍ଦ୍ଧ୍ବରେ


ସତେ ତୁ ଯେ ଲାଗୁ କେହି ସରଗର ପରୀ

କେହି ନେଲେ ପୁନଶ୍ଚ କି ଆସିବୁ ତୁ ଫେରି ? 


ଜାଣେ ମୁଁ ନାହିଁ ତୋର ମୋର ତାଳ ମେଳ

ମାତ୍ର ଏ ପ୍ରେମିକର ପ୍ରେମ ଅନାବିଳ 


କଷ୍ଟ ମୁଁ ଦେଇପାରେ ଅନ୍ୟକୁ ଯେ ତୋର ପାଇଁ

ବିଚ୍ଛେଦ କି ସହିପାରେ ଯକ୍ଷ ପ୍ରିୟା ପାଇଁ  


କହିବା ଆଗରୁ ମୁଁ ଯେ କେହି ତୋଳି ନେଲେ, 

ହୃଦ ଏ ଖଣ୍ଡିତ ହୁଏ ମୋର ସବୁବେଳେ


ଉତ୍ତର ତୋ କି ହେବ ମୁଁ ଯେ ଜାଣି ନାହିଁ

ମାତ୍ର ପ୍ରେମ ଥିଲା ଓ ଥିବ ସଦା ପାଇଁ


କହିଲି ମୁଁ ଭଲପାଏ ଆଜି ତୋତେ

ରହିବୁ କି ସାଥୀ, ଶବର ଶୟନ ପର୍ଯ୍ୟନ୍ତେ ?


ଉଦନ୍ତଟି ଶେଷ କରି ପ୍ରସୂନର ହାତେ ଦେଲା

କଣ୍ଟକ ଉତ୍ତର ପାଇଁ ପ୍ରତୀକ୍ଷାରେ ଥିଲା.... 


              ପ୍ରଜ୍ଞା ପରିମିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance