STORYMIRROR

Prangya PARImita Mishra

Classics Inspirational Children

3  

Prangya PARImita Mishra

Classics Inspirational Children

ବନ୍ଦିନୀ

ବନ୍ଦିନୀ

1 min
142

ବନ୍ଦିନୀ ସେ ଖୋଜେ ଖାଲି ତା ନିଜ ଅମ୍ବର

ଅଧିକାରେ ସ୍ଵାଧୀନ ସେ , କାହିଁ କାରାଗାର ?


ଜାଣେନା ସେ କାହା ପାଇଁ କରେ ଅଭିନୟ

ଓଠେ ନିତି ତାର ମୁକୁଳିବା ଅଭିପ୍ରାୟ

କହିଯାଏ ନାନା କଥା ଆଖିରେ ଆଖିରେ

ବନ୍ଦିନୀ କି ହସି ପାରେ ସେ ବନ୍ଦୀଗୃହରେ....


ସୁନା ରୂପା ହୀରା ମୋତି ସବୁ ଲାଗେ ଊଣା

କେହି କେବେ ବୁଝି ନାହିଁ ତା ମନ ଭାବନା

ଏ ନୀଳ ଗଗନେ ଉଡ଼ି ବୁଲିବାକୁ ଡେଣା

ପଞ୍ଜୁରୀ କି ପାରେ ଦେଇ ଖୁସିର ଅଗଣା...


ମାଗୁଣି ମାଗଇ ସେ ସଦା , ଉଡ଼ିଯିବା ପାଇଁ

ପାଷାଣ୍ଡ ବୁଝୁ ଆମେ କି ସୁନ୍ଦର କହଇ

ନୟନେ ଦେଖୁଥାଉ ଆମେ କେବଳ ଶରୀର

ଲକ୍ଷ୍ୟ କରି ଭାବେ ସିଏ କେମନ୍ତ ଏ କ୍ରୂର


ହସ୍ତ ଏ ପ୍ରାପତ ଅଛି ଏକା ପୁଣ୍ୟ ପାଇଁ

କେତେ ସେ ଚିତ୍କାର ମୁକ୍ତି ! ମୁକ୍ତି ! ହିଁ ଶୁଣଇ

ତଥାପି ପାପକୁ ମୂର୍ଖ ଜାବୁଡ଼ି ଧରଇ

ପୁଣ୍ୟ ଏ ଭୂମି ରେ ପାପ ସହି ନ ହୁଅଇ


କାରାବାସିନୀ ସେ ହେବ ମୁକ୍ତ ଚାରିଣୀ

ତଟିନୀ ସେ ମିଶିବ ତା ପାରାବାରେ ପୁଣି

କେବେ ଯଦି ସୌଭାଗ୍ୟ ମିଳେ ସେ ପୁଣ୍ୟର

ବନ୍ଦିନୀକୁ ପ୍ରାପ୍ତି ଦିଅ ତା ନିଜ ଅମ୍ବର ❤‍🩹


ପ୍ରଜ୍ଞା ପରିମିତା ମିଶ୍ର


                                           

                           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics