STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

କଳିଙ୍ଗବାସୀଙ୍କ ମାନସ-ଗଙ୍ଗୋତ୍ରୀ

କଳିଙ୍ଗବାସୀଙ୍କ ମାନସ-ଗଙ୍ଗୋତ୍ରୀ

1 min
149

ମହାପ୍ରଭୁଙ୍କ ମହାପ୍ରସାଦ ହେତୁ ବଶ୍ୱବିଖ୍ୟାତ ଆମ ନୀଳାଚଳ ବଡଦେଉଳ,

ନୀଳାଦ୍ରିନାଥଙ୍କର ଛପନଭୋଗ ରନ୍ଧନ ଲାଗି ଶ୍ରୀମହାଲକ୍ଷ୍ମୀ ରୁହନ୍ତି ଆକୁଳ,

ବ୍ୟବହାର କରନ୍ତି ରୋଷଶାଳା ପ୍ରାଙ୍ଗଣର ଗଙ୍ଗା-ଯମୁନା କୂପର ନିର୍ମଳ ଜଳ,

ମାଁ ବିମଳାଦେବୀଙ୍କୁ ସମର୍ପଣ ଅନନ୍ତର ମହାଭୋଗୀଙ୍କ ମହାର୍ଦ୍ଦ ହୁଏ ପରିମଳ,

ମହାନୈବେଦ୍ୟ ଭାବେ ନିର୍ମାଲ୍ୟ କୈବଲ୍ୟର ସମ୍ପ୍ରାପ୍ତିରୁ ପୂଜକ ହୁଅନ୍ତି ବିହ୍ୱଳ |୧।


ପୁରୀ ପଞ୍ଚତୀର୍ଥରେ ଅନ୍ୟତମ ହେଉଛନ୍ତି ଶ୍ୱେତଗଙ୍ଗା ପୁଷ୍କରିଣୀ,

ଗଙ୍ଗାଦେବୀ ଚକାନୟନଙ୍କର ସନ୍ଦର୍ଶନ କରନ୍ତି ହୋଇ ପୂଜାରିଣୀ,

ନୂଆପଡ଼ା ପାତାଳଗଙ୍ଗା ଝରଣା ହେଉଛନ୍ତି ଚିରସ୍ରୋତା ବେଣୀ,

ଗୋନାସିକା ଗୁପ୍ତଗଙ୍ଗାରୁ ଉଦ୍ଭୂତ ହୋଇଛନ୍ତି ବୈତରଣୀ ତରଙ୍ଗିଣୀ,

କଳିଙ୍ଗବାସୀଙ୍କ ମାନସ-ଗଙ୍ଗୋତ୍ରୀ ଭାବେ ପ୍ରବାହ କରୁଛନ୍ତି ମହାନଦୀ ନିର୍ଝରିଣୀ ।୨।



Rate this content
Log in

Similar oriya poem from Abstract