STORYMIRROR

Suhansa Bhoi

Classics

3  

Suhansa Bhoi

Classics

ବିରହୀଣୀ ରାଈ

ବିରହୀଣୀ ରାଈ

1 min
168


କଦମ୍ବ ମୂଳେ ବସିଛି ଏକାକୀନୀ ରାଈରେ

ବେନି ନେତ୍ରେ ବୋହି ଯାଏ                           

ବିରହର ନଈ ରେ...

ସଜଳ ଦଶନବାସ ଶୁଖି ହେଲାଣି ନିରସ 

ନୟନ ଘନ ଅଞ୍ଜନ ହେଲାଣି ଶ୍ୱେତ ବରନ

କାନ୍ଦୁଅଛି ହୀନ ପ୍ରାଣ 

ଏକା ଶ୍ୟାମ ପାଇଁ ରେ......

ବହେ ମୃଦୁ ପବମାନ ଛୁଇଁଯାଏ ଅପଘନ

ଧରି କରେ ଆଲିଙ୍ଗନ କଳେ କି ମଧୁସୁଦନ

ହେବ କି ସତ ସପନ 

ଉଠେ ରାଧା ଚେଇଁ ରେ......

ମଧୁର ସ୍ଵର ଝିଙ୍କାରି ବନେ ଶବଦ ଉଚ୍ଚରୀ

ଆସିଲେ କି ବେଣୁଧାରି ଘୁଙ୍ଗୁର ଯାଉଛି ଥରି

ଭାବନରେ ଭିଜି ରାଧା

କାନ୍ଦେ କଇଁ କଇଁ ରେ.....

କାଳନ୍ଦୀ ତଟେ ତରଣୀ ଦେଖି ହୃଦ ହୁଏ ହାଣି

ବହେ ତଟିନୀ ଉଜାଣି ଧୀବର ଡାକଇ ପୁଣି

ଆସିବେକି ଚକ୍ରପାଣି 

ଦିନ ସରେ ଚାହିଁରେ...

ମୁକୁଳା କରଇ ବେଣୀ କାଢେ ନାଶିକାରୁ ମଣି 

ଅଳତା ପୁଛଇ ଧିରେ ଭିଜାଇ ବସନ ନୀରେ 

ବିବଶ କଲାଣି ବେଶ 

ସଜ କାହା ପାଇଁ ରେ..

ଲୁଚକାଳି ଖେଳ ବେଳେ ବାନ୍ଧିଲେ ଗୋପି ସକଳେ

ବିକଳ କ୍ରନ୍ଦନ ସ୍ୱର ଶୁଣିବନି କର୍ଣ୍ଣ ମୋର

କେ ଡ଼ାକିବ ଆଉ ମତେ 

ମାଇଁ ମାଇଁ ମାଇଁ ରେ...।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics