STORYMIRROR

Suhansa Bhoi

Romance

3  

Suhansa Bhoi

Romance

ପ୍ରେମ

ପ୍ରେମ

1 min
150


ପ୍ରେମ ଏକ ନଈ ବୋହି ଯାଏ ଛୁଇଁ

ଗିରି ବନ ବିଳ ଭୂଇଁ

କେବେ ପବନରେ କେବେ ଶ୍ରାବଣରେ

କେବେ ବସନ୍ତରେ ଥାଇ...


ପ୍ରେମର ଛୁଆଁରେ ଫୁଲ ଫୁଟେ ନିତି

ବିହଙ୍ଗମ ଗାଏ ଗୀତି

ଶୁଷ୍କ ତରୁ ଡାଳେ କଁଅଳେ ପତର.

ପୁଣି ଶସ୍ୟ ନାନା ଜାତି..


କଁଅଳ ଶିଶୁର ହସରେ ତ କେବେ

କେବେ ଚପଳା କିଶୋରୀ

କେବେ ଯଉବନେ ସୁନେଳି ଗଗନେ

ଉଡ଼ୁଥାଏ ମନ ଭରି..


ମାଆର ପଣତ କାନିରେ ତ କେବେ

ବାପାଙ୍କର ହାତ ଦୁଇ 

ଭାଇର ସାହାସ ଗୁରୁଜୀ ଆଶିଷ

ଭଉଣୀର ରାକ୍ଷୀ ହୋଇ...


ରାଧା ସମ୍ପର୍ପଣେ ମୀରାର ଭଜନେ

କେବେ ପାଞ୍ଚାଳୀର ଆର୍ତ୍ତ 

କେବେ ସୁଦାମାର ଖୁଦଭଜା ମଧ୍ୟେ

ପ୍ରେମ ଥାଏ ଲୁକ୍କାୟିତ....।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance