ଆସିଛିରେ ହୋଲି
ଆସିଛିରେ ହୋଲି
ଆସିଛିରେ ଆଜି ହୋଲି
ରାଗ ରୁଷା ଭୁଲି ମଉଜେ ଖେଳିବା
ସଭିଏଁ ହୋଇଣ ମେଳି
ସାତରଙ୍ଗ ସହ ପ୍ରେମରଙ୍ଗ ଦେଇ
ଦେହରେ ହୋଇବା ବୋଲି
ଆସିଛି ରେ ଆଜି ହୋଲି ।
ବାଇଗଣି ନୀଳ ଘନନୀଳ ଲାଲ
ସାଥେ ନାରଙ୍ଗୀ ସବୁଜ
ହଳଦୀଆ ରଙ୍ଗ ଲାଗିଲେ ଅଙ୍ଗରେ
ଛାଡ଼ିଯିବ ତହୁଁ ଲାଜ
ଅତି ସରାଗରେ ଆଣିଛି ସାଙ୍ଗରେ
ରଙ୍ଗରେ ପୁରିଛି ଥାଳି
ଆସିଛିରେ ଆଜି ହୋଲି ।
ଭେଦଭାଵ ଭୟ ଦୂର ହୋଇ, ସ୍ନେହ
ନିକଟେ ଆସିବ ବସି
ମାନ ମନାନ୍ତର ହୋଇବ ଅନ୍ତର
ମତାନ୍ତର ଯିବ ଭାସି
ମନ ଗଗନରେ ହସର ଭଉଁରି
ଅଭିମାନ ଯିବ ଚାଲି
ଆସିଛିରେ ଆଜି ହୋଲି ।
ଧୋଇଯିବ ରଙ୍ଗ ନ ରହିବ ଦାଗ
ଆଜି ନ ହେଲେ ସେ କାଲି
ପ୍ରେମରଙ୍ଗ ଥରେ ଲାଗିଲେ ତନୁରେ
ଯାଉଥିବ ଜଳିଜଳି
ସାତରଙ୍ଗ ସହ ପ୍ରେମରଙ୍ଗ ଦେଇ
ମଉଜେ ଖେଳିବା ହୋଲି
ଆସିଛିରେ ଆଜି ହୋଲି ।
