STORYMIRROR

Suhansa Bhoi

Romance

4  

Suhansa Bhoi

Romance

ନଈରେ ନଈ ଟିକେ ରହିଯା

ନଈରେ ନଈ ଟିକେ ରହିଯା

1 min
290

ନଈରେ ନଈ ଟିକେ ରହିଯା

ନଈପାଣି ତୁ ଶୁଖିଯା

ହେଲେ ନଈ ପାର ମୋ ପ୍ରିୟାର ଘର

ପାରିହେଲେ ପୁଣି ବୋହିଯା

ନଈରେ ନଈ ଟିକେ ରହିଯା


ଚାହିଁଥିବ ଗୋରି ଗାଲେ ହାତମାରି

ବସିଥିବ ଦେଖି ନିରୋଳା

ଦେଇଥିଲି କଣ୍ଟ ପଡ଼ିବାକୁ ଭେଟ               

କଣ୍ଟକ ଆଜି ତ ପୁରିଲା

ନ ଗଲେ ପ୍ରେୟସୀ ଯିବସେତ ରୁଷି 

ରୁଷି ଗଲେ ପ୍ରାଣ ସରିଲା

ନଈରେ ନଈ ଟିକେ ରହିଯା ।


ମାଆତାର ଅତି ଚାଲାକ ଚତୁରୀ

ବାପାତାର ବଡ ଖତରା 

ବଡଭାଇ ତାର ହୁଏ ଗରଗର

ମଝିଆଁ ଭାଇଟା ଛତରା

ସାନ ଭଉଣୀଟି କହେ ନାହିଁ କିଛି

ହେଲେ ସିଏ ଭାରି ନୁଖୁରା

ନଈରେ ନଈ ଟିକେ ରହିଯା ।


ଲୁଚାଛୁପା ପ୍ରେମ ଭାରି ସୁଆଦିଆ 

ଵାଡୁଅକୁ ଲାଗେ ବଢିଆ

ଧରାପଡି ଗଲେ ସରିଯିବ ଖେଳ

ହୋଇଯିଵି ହିନୀମାନିଆଁ 

ଭାବ ପ୍ରୀତି ଥାଉ ପୁନେଇଁଟା ଯାଉ 

ନେଇଯିବି କରି କନିଆଁ

ନଈରେ ନଈ ଟିକେ ରହିଯା

ନଈପାଣି ତୁ ଶୁଖିଯା

ହେଲେ ନଈ ପାର ମୋ ପ୍ରିୟାର ଘର

ପାରି ହେଲେ ପୁଣି ବୋହିଯା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance