ନଈରେ ନଈ ଟିକେ ରହିଯା
ନଈରେ ନଈ ଟିକେ ରହିଯା
ନଈରେ ନଈ ଟିକେ ରହିଯା
ନଈପାଣି ତୁ ଶୁଖିଯା
ହେଲେ ନଈ ପାର ମୋ ପ୍ରିୟାର ଘର
ପାରିହେଲେ ପୁଣି ବୋହିଯା
ନଈରେ ନଈ ଟିକେ ରହିଯା
ଚାହିଁଥିବ ଗୋରି ଗାଲେ ହାତମାରି
ବସିଥିବ ଦେଖି ନିରୋଳା
ଦେଇଥିଲି କଣ୍ଟ ପଡ଼ିବାକୁ ଭେଟ
କଣ୍ଟକ ଆଜି ତ ପୁରିଲା
ନ ଗଲେ ପ୍ରେୟସୀ ଯିବସେତ ରୁଷି
ରୁଷି ଗଲେ ପ୍ରାଣ ସରିଲା
ନଈରେ ନଈ ଟିକେ ରହିଯା ।
ମାଆତାର ଅତି ଚାଲାକ ଚତୁରୀ
ବାପାତାର ବଡ ଖତରା
ବଡଭାଇ ତାର ହୁଏ ଗରଗର
ମଝିଆଁ ଭାଇଟା ଛତରା
ସାନ ଭଉଣୀଟି କହେ ନାହିଁ କିଛି
ହେଲେ ସିଏ ଭାରି ନୁଖୁରା
ନଈରେ ନଈ ଟିକେ ରହିଯା ।
ଲୁଚାଛୁପା ପ୍ରେମ ଭାରି ସୁଆଦିଆ
ଵାଡୁଅକୁ ଲାଗେ ବଢିଆ
ଧରାପଡି ଗଲେ ସରିଯିବ ଖେଳ
ହୋଇଯିଵି ହିନୀମାନିଆଁ
ଭାବ ପ୍ରୀତି ଥାଉ ପୁନେଇଁଟା ଯାଉ
ନେଇଯିବି କରି କନିଆଁ
ନଈରେ ନଈ ଟିକେ ରହିଯା
ନଈପାଣି ତୁ ଶୁଖିଯା
ହେଲେ ନଈ ପାର ମୋ ପ୍ରିୟାର ଘର
ପାରି ହେଲେ ପୁଣି ବୋହିଯା ।

