STORYMIRROR

Suhansa Bhoi

Others

4  

Suhansa Bhoi

Others

ବସନ୍ତ ଯାଆନା ହଜି

ବସନ୍ତ ଯାଆନା ହଜି

1 min
266


ଋତୁରାଜ ଅନ୍ତେ କ୍ଷଣିକେ ଆସିବ

ଗ୍ରୀଷ୍ମ ଅଧିପତି ସାଜି

ଶୀତଳ ଅନିଳ ହୋଇବ ଅନଳ

ଶରୀର ହୋଇବ ଭାଜି

ବସନ୍ତ ଯାଆନା ହଜି l


ନଦୀ ନୟନରୁ ଶୁଖିଯିବ ଲୁହ 

ଛାତି ତା'ର ଯିବ ଫାଟି

ତାତି ଯିବ ବାଲି ତାତି ଯିବ ଗୋଡି 

ତାତିବ ଆଉ ସେ ମାଟି

ବସନ୍ତ ଯାଆନା ହଜି l


ପଥରେ ପଥିକ ନ ପାରିବ ଚାଲି

ଥକି ମୂଳେ ଯିବ ବସି

ବୋହିଯିବ ଝାଳ ହେବ କଲବଲ 

ଲାଗିବ କଷଣ ବେଶି

ବସନ୍ତ ଯାଆନା ହଜି l


ସୁଲୁସୁଲୁ ବାଆ ନ ବୋହିଲେ ଆଉ

କଳକଣ୍ଠ ଯିବ ରୁଷି

ଆମ୍ବବଉଳରୁ ବାସ ଯିବ ଛୁଟି

ହୋଇବ ସେ ଆମ୍ବକଷି

ବସନ୍ତ ଯାଆନା ହଜି l


ଛାଡ଼ିବାକୁ ଜମା ମନ ଲାଗୁନାହିଁ 

କହୁଛି ଆଜି ମୁଁ ଖୋଲି

ରହିଯା ବସନ୍ତ ଆଉ କିଛି କାଳ

ଖେଳିବା ହୋଇଣ ମେଳି

ବସନ୍ତ ଯାଆନା ହଜି l




Rate this content
Log in