STORYMIRROR

Suhansa Bhoi

Others

4  

Suhansa Bhoi

Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
234


ଆକାଶେ ତ୍ରିରଙ୍ଗା ମହୀତଳେ ଗଙ୍ଗା

ପବିତ୍ର ଭାରତମାତା

ଉଡେ ଫରଫର ବହେ ଝରଝର

ବିଜୟ ଗୌରବ ଗାଥା....l


ପରାଧୀନତାର ଅମାବାସ୍ୟା କୂଳେ

ହଜିଥିଲା ଦିନେ ସତ୍ତା

କାଳ କାଳ ଧରି ଖୋଜିଥିଲୁ ଆମେ 

ଜାଳି ଅହିଂସା ସଳିତା...l


ଲୁଣ୍ଠନ ଶୋଷଣ ଗୁଳି ଶୁଲୀ କେତେ

ଖାଇଛି ଦେଶ ଜନତା

ପିତା ଜୁଇ ସାଥେ ସାଥେ ଆଉ କେତେ

ଜଳିଛି ପୁତ୍ରର ଚିତା....l


ସ୍ୱାଧୀନତା ସ୍ବାଦ ଚାଖିବା ପାଇଁକି

ବୋହିଛି ରକ୍ତର ନଈ

ଭାଙ୍ଗିଅଛି ଅଣ୍ଟା ନଇଁ ନାହିଁ କେବେ 

ସ୍ୱାଭିମାନ ଟିକେ ପାଇଁ....l


ଅହିଂସାର ଗୁଳି ଧୈର୍ଯ୍ୟର ବାଟୁଳି

ଖାଇ ତଳେ ଗଲେ ଶୋଇ

ଇଂରେଜ ହାତରୁ ସ୍ୱାଧୀନତା ଆମ

ଆଣିଲୁ ଆମେ ଛଡେଇ...l


କେତେ ଲୁହ ଲହୁ ତ୍ୟାଗ ପ୍ରତିଦାନେ

ପାଇଛି ତ୍ରିରଙ୍ଗା ଦେଶ 

ଶାନ୍ତି ପ୍ରଗତିର ବଳିଦାନ ଚିହ୍ନ

ଉଡେ ଭାରତର ଯଶ....l


ଦେଖି ଦେଲେ ଥରେ ଫୁଲି ଉଠେ ଛାତି

ଜାଗେ ଦେଶପ୍ରେମ ଭକ୍ତି

ଆଦରରେ ଥରେ ଛୁଇଁଦେଲେ ତାକୁ

ପାଏଁ ମୁଁ ପରମ ତୃପ୍ତି....ll


Rate this content
Log in