STORYMIRROR

Suhansa Bhoi

Others

3  

Suhansa Bhoi

Others

ହେ ଫଗୁଣ ତୁମ ପ୍ରୀତି ଛିଟା

ହେ ଫଗୁଣ ତୁମ ପ୍ରୀତି ଛିଟା

1 min
214

ହେ ଫଗୁଣ ତୁମ ପ୍ରୀତି ଛିଟା ଲାଗି

ଦିଶୁଛି ଭୂଧର ସୁନ୍ଦର

ଆହାଃ ସୁନ୍ଦର ଆହାଃ ସୁନ୍ଦର (0)


ଦେଇଛ ଶୀତଳ ସମୀର ପ୍ରବାହ

ବୃକ୍ଷକୁ ପତର କଅଁଳ 

ସବୁଜ ଗୁଣ୍ଠନ ଭରିଛ ତହିଁରେ 

ଦିଶୁଅଛି କେଡେ ମଞ୍ଜୁଳ

ଆହାଃ ସୁନ୍ଦର (1)


ନଦୀକୁ ଦେଇଛ କୁଳୁକୁଳୁ ଶବ୍ଦ 

ରସାଳ ପାଦପେ ବଉଳ

କଣ୍ଠରେ ଭରିଛ କୁହୁକୁହୁ ସ୍ୱର

ନିତି ଗାଏ ମଧୁମଙ୍ଗଳ

ଆହାଃ ସୁନ୍ଦର (2)


କ୍ଷେତକୁ ଦେଇଛ ସୋରିଷ କୁସୁମ

ହେମମଣି ମାଳ ସ୍ୱରୂପ

ଉପବନ ଶିରେ ଗୁନ୍ଥି ଦେଇଅଛ

ପେନ୍ଥା ପେନ୍ଥା ପୁଷ୍ପ ଅମାପ

ଆହାଃ ସୁନ୍ଦର (3)


ତୁମ ଅନୁରସ ଲାଗିଲେ କୁମାରୀ

କୁମର,ପ୍ରେମରେ ବିଭୋର

ହେ ଫଗୁଣ ତୁମ ପ୍ରୀତି ଛିଟା ସତେ

ଆହାଃ କି ସୁନ୍ଦର ମଧୁର

ଆହାଃ ସୁନ୍ଦର(4)



Rate this content
Log in