STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୭

ସନେଟ -୪୭

1 min
14.2K


ପାରିହେଉ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଗଢ଼ିଥିଲ ଗୋପୀକୁଳେ ଅମୃତ ଲଗନେ

ରଚିବାକୁ ରାସକ୍ରୀଡ଼ା ମଧୁ ବୃନ୍ଦାବନେ ।।

ବିନୋଦିନୀ ବ୍ରଜବଧୂ ବଇଁଶୀ ବାଦନେ

ନମାନି ସହସ୍ର ବାଧା, ବିଜନ ବିପିନେ ।।

ଜଡ଼ିବାକୁ ଅପଘନେ ବିପିନ ବିହାରୀ

ଧାଉଁଥିଲେ ଲାଜ ମାନ ରକ୍ଷା ନ ବିଚାରି ।।

ଧାଏଁ ଯେସନେ ପ୍ରାବୃଟେ ଧୁନି ସିନ୍ଧୁ ପାଶେ

ସ୍ତୋକକ ଯେହ୍ନେ ସୁଆତି ଶୀତୋତ୍ତମ ପାଶେ ।।

ବସନ୍ତେ ଅଳି ଯେସନେ ପୁଷ୍ପ ମଧୁ ଆଶେ

ନିଶାନ୍ତେ ଚକୁଆ ଯେହ୍ନେ ଚକୋଇରେ ରସେ ।।

କିନ୍ତୁ କିପାଁ ଜନ୍ମ ଦେଲ ଏହି ଦୀନ ହୀନେ

ପବି ଘାତ ଦେବାକୁ କି ଶିରୀଷ-ପରାଣେ ।।

ଶକ୍ତି ଦିଅ ପୂଜି ତବ ପୁରଣ ଚରଣ

ଭବସିନ୍ଧୁ ପାରି ହେଉ ଅନୁପ ନିହୀନ ।।


ସମାପ୍ତ


Rate this content
Log in

Similar oriya poem from Classics