Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଚନ୍ଦନ ଚର୍ଚ୍ଚିତ ଚାପରେ ଖେଳ

ଚନ୍ଦନ ଚର୍ଚ୍ଚିତ ଚାପରେ ଖେଳ

1 min
225



      


ମଣି ବିମାନରେ କାହିଁ ଯାଉଅଛ,

ଭୂଦେବୀ ଶ୍ରୀଦେବୀ ନେଇ

ପଞ୍ଚ ମହାଦେବ ପାଖେ ବିରାଜିତ

ମଦନ ମୋହନ ନେଇ ।


ଝାଞ୍ଜି ଖରା ତାପ ବ୍ୟସ୍ତ କରିଲା କି

ବାହାର ବିଜେ କରିଛ

ଗୋରଚନା ସଙ୍ଗେ ଚନ୍ଦନ ମିଶାଇ

ଶ୍ରୀଅଙ୍ଗେ ଲେପି ହୋଇଛ ।

ନରେନ୍ଦ୍ର ପୋଖରୀ ଜଳ ସୁଶୀତଳ

ମନୋଜ୍ଞ ତା' ରୂପ ରାଶି

କେତେ ପୁଣ୍ୟବତୀ ନରେନ୍ଦ୍ର ପୋଖରୀ

କାଳିଆ ତାପ ରୋଧୁଛି ।

ଚନ୍ଦନ ଚର୍ଚ୍ଚିତ ରୂପ ଅପରୂପ

କାଳିଆ ମୋ ମନଲୋଭା 

ଶୀତଳ ପବନେ ଭିଜି ଯିବା ପାଇଁ

ଚାପ ଖେଳ ପାଇଁ ଉଭା ।


ମାନବୀୟ ଲୀଳା କରୁଛ ସାଆନ୍ତେ

ରାଧାଙ୍କୁ ସଙ୍ଗତେ ନେଇ

ନିଦାଘ ଜ୍ଵାଳାରେ ରାଧା ସଙ୍ଗେ ଚାପ

ଖେଳୁଛ କି ହେ ଗୋସାଇଁ ।


ନରେନ୍ଦ୍ର ଲୋ ତୁହି କେତେ ପୁଣ୍ୟବତୀ

କାଳିଆ ତୋ ପାଶେ ଆସେ

ଚନ୍ଦନ ଚର୍ଚ୍ଚିତ ରୂପ ମନୋହରେ

ତୋତେ ଆନନ୍ଦ ପରଶେ ।

ଜୀବନ ସାର୍ଥକ ହୋଇଗଲା ତୋର

ପ୍ରଭୁ ସଙ୍ଗ ରସ ପାଇ

ଏକବିଂଶ ଦିନ ବାହାର ଚନ୍ଦନେ

ଭାବମୟ ତୋର ମତି ।


କଳା ସାଆନ୍ତଙ୍କ ଲୀଳା ଅନୁପମ

ଦିଅନ୍ତି ତତ୍ତ୍ଵ ପରଶି

ଗ୍ରୀଷମ ଆରମ୍ଭେ ଉପଚାର ମାନ

ଦେଇଛନ୍ତି ସେ ବତାଇ ।

ସରସୀ ଜଳର ଶୀତଳ ସମୀର

ଗ୍ରୀଷମ ସନ୍ତାପ ନାଶେ

ଶୀତଳ ଚ଼ନ୍ଦନ ତାପିତ ଜୀବନୁ

ବିଷମ ସଂକଟ ନାଶେ ।


ଚନ୍ଦନ ଚର୍ଚ୍ଚିତ ମୋ କଳା ଠାକୁର

ଚାପ ଖେଳେ ସଙ୍ଗୀ ନେଇ

କି ଅପୂର୍ବ ଶୋଭା କେଡ଼େ ମନଲୋଭା

ଦେଖିଲେ ପବିତ୍ର ଆଖି ।

ଚର୍ମ ଚକ୍ଷୁ ନେଇ ଚାଲ ଦେଖି ଯିବା

ନରେନ୍ଦ୍ର ପୋଖରୀ ଚାପ

ଆଖି ଯିବ ଲାଖି ପବିତ୍ର ହୋଇବ

ଧୋଇଯିବ ଯେତେ ପାପ ।


Rate this content
Log in

Similar oriya poem from Classics