STORYMIRROR

Pratima Satpathy

Classics

4  

Pratima Satpathy

Classics

ବୁଦ୍ଧ ପୂର୍ଣ୍ଣିମା.

ବୁଦ୍ଧ ପୂର୍ଣ୍ଣିମା.

1 min
282


ପୁଣ୍ୟ ବୈଶାଖ ମାସର ପୂର୍ଣ୍ଣିମାରେ 

   ଜନ୍ମ ହେଲ ରାଜାଘରେ

କେତେ ଦାନ ଧର୍ମ କରିଲେ ଜନକ

   ତୁମକୁ ପାଇଣ କୋଳେ.

ଆନନ୍ଦେ ସିଦ୍ଧାର୍ଥ ନାମ ଦେଇଥିଲେ

   ବଢ଼ାଇଲେ ଯତନରେ

ବୈରାଗ ଭାବନା ଦେଖିକରି ତୁମ

    ପଡିଲେ ମହା ଦ୍ବନ୍ଦରେ 

ପକ୍ଷୀର ଆଘାତ ଦେଖି ଦ୍ରଵୀଭୂତ 

   ହୋଇଗଲା ତୁମ ମନ

ଅସ୍ଥିର ହୋଇଲା ହୃଦୟ ତୁମର

   କରିଲ ସେବା ବିଧାନ 

ସଂସାର ବନ୍ଧନେ ବାନ୍ଧିଲେ ଯେ ପିତା 

    ମନବଦଳିବ ବୋଲି

ସୁନ୍ଦରୀ ରମଣୀ ଆଦର ସ୍ନେହରେ

   ସବୁକଥା ଯିବ ଭୁଲି .

ରୋଗ ଶୋକ, ଦୁଃଖ ସଂସାରରେ ଦେଖି 

   ବିଚଳିତ ହୋଇଗଲ

ପତ୍ନୀ ପୁତ୍ର ତ୍ୟାଗ କରିଣ ରାତ୍ରରେ

    ବନସ୍ତକୁ ଚାଲିଗଲ.

ରାଜଭୋଗ ସୁଖ ବନ୍ଧନ ତୁମକୁ

   ବାନ୍ଧି ଯେ ପାରିଲା ନାହିଁ

ସତ୍ୟର ସନ୍ଧାନପଥରେ ଚାଲିଲ

   ନିଜକୁ ହଜାଇ ଦେଇ.

ଅହିଂସା ଧର୍ମକୁ ଆଚରଣ କଲ

   ଜୀବ ହତ୍ୟା ମହାପାପ

ବୌଦ୍ଧ ଧର୍ମକୁ ଯେ ପ୍ରଚାର କରିଲ

   ଧରିକରି ଧର୍ମ ମାର୍ଗ.

କାମନା ବିନାଶେ ଦୁଃଖର ବିନାଶ

   ନୀତି ବାଣୀ ପ୍ରଚାରିଲ

ବାଣ୍ଟି ଦେଲ ତୁମେ ଜ୍ଞାନ ସିନ୍ଧୁ ବିଶ୍ୱେ

   ବୁଦ୍ଧ ନାମକୁ ବହିଲ.

ହେ ପୁଣ୍ୟ ପୁରୁଷ ଶାନ୍ତିର ବାର୍ତ୍ତାକୁ

   ବିଶ୍ୱରେ ଆଦୃତ କଲ

ବୌଦ୍ଧ ଧର୍ମ ତୁମ ସବୁଦିନ ପାଇଁ

   ଇତିହାସେ ରଖିଗଲ.

ଶୁଭ ଜନ୍ମଦିନେ ଜଣାଏ ପ୍ରଣତି

   ଘେନାକର ଭଗବାନ

ଏ କଳିଯୁଗରେ ବୌଦ୍ଧ ରୂପ ଧରି

    ରହିଁଛ ହୋଇ ମଉନ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics