ବର୍ଷା
ବର୍ଷା
ସୁନ୍ଦର ଏ ସୃଷ୍ଟି ଅତି ରମଣୀୟ
ଶ୍ୟାମଳ ସବୁଜ ରଙ୍ଗେ ଅତି ଶୋଭନୀୟ।୧।
ଗ୍ରୀଷ୍ମ ପ୍ରବାହ କୃତେ ଶ୍ରୀହୀନ ହୋଇ
କଷ୍ଟ ପା'ନ୍ତିଜୀବ ଜନ୍ତୁ ଜୀବନ ନ ପାଇ।୨।
ଅଷ୍ଟମାସ ପରିଯନ୍ତ ଉତ୍ତପ୍ତ ହୋଇ
ବହୁ କଷ୍ଟ ପା'ନ୍ତି ଜୀବେ ଜୀବନ ନ ପାଇ।୩।
ଅଷ୍ଟମାସ ପରେ ଆସେ ବାରିଦ କାଳ
ସ୍ୱେଚ୍ଛାରେ ପୃଥିବୀକୁ ଦେଇଯାଏ ଜଳ।୪।
ଜଳ ପାଇ ଏ ମାଟିରୁ ଭାସଇ ସୁବାସ
ସେ ବାସରେ ସର୍ବ ଚିତ୍ତ ହୁଅଇ ହୁଅଇ ହରଷ।୫।
କି ସୁନ୍ଦର ରୂପ ଧରେ ଏ ସାରା ଧରଣୀ
ସବୁଜ ଶ୍ୟାମଳ ରଙ୍ଗେ ମନ ନିଏ କିଣି।୬।
ପତ୍ରହୀନ ବୃକ୍ଷେ ଶୋଭେ ନବ ପଲ୍ଲବ
ଏ ସାରା ଧରଣୀ ହୁଏ ଅତୀବ ବିଭବ।୭।
ବରଷାର ସ୍ମୃତିଲାଗେ ଅତି ମନୋହର
କୃଷି କାର୍ଯ୍ୟ ପାଇଁ ଚାଷୀ ହୁଅଇ ତତ୍ପର।୮।
ଏ ସୁନ୍ଦର ଧରଣୀ ପରେ ଅତି ତୋଷହୋଇ
ଶୂନ୍ୟାକାଶେ ମେଘ ମିଳି ଜଳ ବରଷଇ।୯।
ବରଷାର ଏହି ସ୍ମୃତି ଅତି ମନୋହର
ସଦା ଦେଖାଯାଉଥାଏ ଅତୀବ ସୁନ୍ଦର।।
