STORYMIRROR

Jayasena Pradhan

Inspirational

3  

Jayasena Pradhan

Inspirational

ଗ୍ରୀଷ୍ମ ଆଗମନ

ଗ୍ରୀଷ୍ମ ଆଗମନ

1 min
13

ସମୟ ସ୍ରୋତରେ    ମନର ନଉକା 

    ନିମିଷକେ ଯାଇ ବୁଲେ।

ଗୋଟେ ପରେ ଗୋଟେ  ଋତୁର ଆଗମ

    ଚକ୍ର ପରି ଘୁରି ବୁଲେ।।

ଆଜି ଯା ବଦନ  ହରସରେ ପୂର୍ଣ୍ଣ

    କାଲି ସେ ବିଷାଦ ମୟ।

ବରଷା ଶୀତର  ସବୁଜ ସଂସାର

    ଗ୍ରୀଷ୍ମତାପେ ଶୂନ୍ୟମୟ ।।  

ପତ୍ରେ ପୂର୍ଣ୍ଣ ବୃକ୍ଷ  ପତ୍ର ଶୂନ୍ୟ ହୁଏ

      ହୁଅଇ ସବୁଜ ହରା।

ଅସୁନ୍ଦର ଦିଶେ   ସବୁଜ ଜଗତ

      ହୋଇଯାଏ ଶ୍ରୀ ହରା।।

ରବି କିରଣରେ   ଉତପ୍ତ ଜଗତ

    ଦୁଃଖୀ ହୋଏ ସର୍ବ ପ୍ରାଣୀ

ସକଳ ଜଗତ   ଚାହିଁ ରହିଥାଏ  

   ଆସିବକି ବର୍ଷା ରାଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational