STORYMIRROR

Jayasena Pradhan

Classics

3  

Jayasena Pradhan

Classics

ମୋ ଗାଁ

ମୋ ଗାଁ

1 min
26

ସୁନ୍ଦର ସଜ୍ଜିତ ଶ୍ୟାମଳ ବର୍ଣ୍ଣେ ବିଭୂଷିତ ଏଇ ଗାଁ ମୋର

ଯାର ଖୁଦ ତଣ୍ଡୁଳେ ପରିପୃଷ୍ଟ ଏହି ଜୀବନ ମୋହର।।

ସାପେଇ ସାପେଇ ବହି ଯାଇଥିବା କେତେ ନଇ ନାଳ

ସୁଗନ୍ଧିତ ପୁଷ୍ପ ମାଳାରେ ଶୋଭିତ ଏଇ ଗାଁ ପରିମଳ।।

କଟିଥିଲା ଯାର କୋଳେ ମୋର ପିଲାଦିନ

ସେହି ମୋର ଗାଁ ସ୍ମୃତିର ଶ୍ମଶାନ।।

ମା ପରି ସେହି ପାଳିଛି ଆମକୁ

କୋଳେ ଶୁଆଇ ଦେଇଛି ଶିଶୁକୁ।।

ଝରାଫୁଲ ପରି ଝରିଲୁ ସଭିଏଁ

ଟଟିନି ର ଜଳ ଯାର ପାଦ ଧୁଏ।।

ଉତ୍ତର ଦିଶାରେ ଜଗତ ଜନନୀ 

ମାଆ କାଳୀଙ୍କ ମନ୍ଦିର ବିରାଜିତ।

ଦକ୍ଷିଣ ଦିଶାରେ ସ୍ୱପେଶ୍ୱର ପ୍ରଭୁ 

ମା ଗ୍ରାମ ଦେବତୀ ହରା ଭରା କ୍ଷେତ।।

ପଶ୍ଚିମ ଭାଗରେ ବହିଯାଇଅଛି 

ସୁରମ୍ୟ ତଟିନୀ କୁଳୁ କୁଳୁ ଗୀତ ଗାଇ ।

ପୂରୁବ ଦିଗରେ ଧନେଇ କେନାଲ 

ଆଦରେ ଯାଇଛି ବହି।।

ହରା ଭରା କ୍ଷେତେ ଅତି ରମଣୀୟ 

ଏହି ମୋର ଛୋଟ ଗାଁ।

କୋଳେଇ ଆଦରେ ଆମକୁ 

ନାଁ ତାର ମାଳ ତେନ୍ତୁଳିଆ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics