Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ପ୍ରଶ୍ନ କେବେ ସରେନା ସେ ଗରମ ରୁଟି

ପ୍ରଶ୍ନ କେବେ ସରେନା ସେ ଗରମ ରୁଟି

1 min
113


ପ୍ରଶ୍ନ କେବେ ସରେନା

ସେ ଗରମ ରୁଟି ଖୁଆଉଥିଲା

ସବୁବେଳେ ହସ ହସ ମୁହଁ

ଆଉ ସେ କହିଗଲା

ଏହା ଛଡା ତୁମକୁ କଣ ଆଉ ଆସେ ?

ସେ କୋଣ ଅନୁକୋଣ ଚମକାଉଥିଲା

ଇଟା ସିମେଣ୍ଟର ଘରକୁ ଘର ବନାଉଥିଲା

ସବୁ ଜିନିଷ ହାତରେ ଧରାଇ ଦେଉଥିଲା

ସେ ପୁଣି କହିଗଲା

ଆଉ ବି କିଛି କର ।

ସେ ପିଲି ଖେଳାଉଥିଲା

ସମସ୍ତଙ୍କୁ ସଂସ୍କାର ଦେଉଥିଲା

ସବୁଆଡେ ମହକାଇ ଦେଉଥିଲା

ତଥାପି ସେ ଶୁଣିଲା

କମାଇଲେ ସିନା ହୁଅନ୍ତା ।

ଆଉ ଦିନେ ସେ ଚାଲିଗଲା

ସବୁ କିଛି ଭାଙ୍ଗି ରୁଜି ଗଲା

ଚାଲିଗଲା ? ନିଜର ଅନ୍ବେଷଣରେ

ରହିଲାନି କାହାର ଡାକରେ

ଘର ବରବାଦ୍ ହୋଇଗଲା

ପିଲାମାନେ ବି ସେମିତି

ଘର ଅଳନ୍ଧୁମୟ ହୋଇଗଲା

କିନ୍ତୁ ନୋଟ୍‌ର ଢେର ଲାଗିଗଲା

ଏବେ ସେ ଚୁପ୍ , ଆଉ ସେଇ ହସହସ

ନିଜର ପକ୍ଷ ବିସ୍ତାରିଲା

ତଥାପି ଏକ ପ୍ରଶ୍ନ

ଘର ବି ଟିକିଏ ଦେଖି ନିଅ ଭଲା ।



Rate this content
Log in

Similar oriya poem from Classics