STORYMIRROR

sasmita sarangi

Classics

3  

sasmita sarangi

Classics

ପହିଲି ଶ୍ରାବଣ🌧️🌧️🌧️🌧️

ପହିଲି ଶ୍ରାବଣ🌧️🌧️🌧️🌧️

1 min
114

ସାରା ରାତି ଆଜି ଉଜାଗରେ ଗଲା 

ପହିଲି ଶ୍ରାବଣ ଛୁଇଁଲା ପରେ,

ଝିରି ଝିରି ମେଘ ଫିକା ଜୋଛନାରେ

ଝୁମି ଯାଉଥିଲା ଝର୍କା ଫାଙ୍କରେ ।୧


ମେଘୁଆ ରାତ୍ରିର ବରଷା ଛିଟାକୁ

 କୋହଲା ପବନ କରେ ଅଧୀର,

ଶିହରଣ ଖେଳେ ମନ ଉପବନେ

କିଏ ଦେଲା ବର୍ଷା ଏ ଅଧିକାର।୨


ବଇଶାଖି ଖରା ଜାଳି ଦେଇଥିଲା

ସପନ ଯେତେକ ଥିଲା ଲୋ ବାକି,

ଭିଜାଇ ଦେଲୁ ତୁ କ୍ଷଣିକ ଛୁଆଁ ରେ

ଆନମନା ହେଲି ସ୍ପର୍ଶ ପାଇକି।୩


ନିଝୁମ ରାତିରେ ଶୀତଳ ବାଆରେ

 ମତୁଆଲି ହେଇ ଝରୁ ଆକାଶୁ,

ତାଳଦେଇ ତୋର ସାଥେ ଭିଜିବାକୁ

ଆକୁଳ ମନେ ଦେଖେ ଝର୍କା ପାଶୁ।୪


ପହିଲି ଶ୍ରାବଣେ ଭିଜୁଥିଲି ଦିନେ

ଗାଁ ଦାଣ୍ଡେ ଭସାଇ କାଗଜ ଡଙ୍ଗା,

ସାଧବ ବୋହୂକୁ ଖୋଜି ବୁଲୁଥିଲି

ସାଙ୍ଗ ସାଥି ସାଙ୍ଗେ ନେଇକି ପଙ୍ଗା।୫


ଭିଜୁଥିଲି ଯେତେ ଟିପି ବରଷାରେ

 ଭିଜୁଥିଲା ମନ ଖୋଜି ସେ ଦିନ,

ଫି ସନ ତୋର ଏ ପହିଲି ଛୁଆଁ ରେ

 ଆନମନା କିଆଁ ହୁଏ ମୋ ମନ।୬


ଇନ୍ଦ୍ରଧନୁ ରଙ୍ଗ ଲାଗିଯାଏ ଅଙ୍ଗେ

ରଙ୍ଗୀନ୍ ସ୍ବପ୍ନରେ ଏମିତି ହଜି

ଅନୁଭବ କରୁଥିଲି ଏକାନ୍ତରେ

ଦେଉଳରେ ଘଣ୍ଟ ଉଠିଲା ବାଜି।୮


ଭିଜି ଯାଇଥିଲା ଆଖି ପତା ଦୁଇ 

ତିନ୍ତିଥିଲା ମନ ତଳ ସପନ ,

ଧାରା ଶ୍ରାବଣରେ ଭିଜି ବୁଲିବାକୁ

 ଖୋଜୁଥିଲି ମନେ ମୋ ପିଲାଦିନ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics