ଆସ ଗୋ ବରଷା
ଆସ ଗୋ ବରଷା
1 min
111
ହସି କହେ କୃଷ୍ଣଚୂଡ଼ା ଆସ ଗୋ ବରଷା,
ପ୍ରଚଣ୍ଡ ଗ୍ରୀଷ୍ମରେ ଫୁଟି ଦେଇଛି ଭରସା
କଳା ମେଘ ଦେଖି ଚାତକ ମନ ଆତୁର,
ପୁଛ୍ଛ ଟେକି ନାଚିଲେଣି ବନରେ ମୟୂର।
କଦମ୍ବ ବାସ ଚହଟେ ସନ୍ଧ୍ୟା ପବନରେ,
ଝିରି ଝିରି ବରଷି ଯାଅ ଆଷାଢ଼ ସଞ୍ଜରେ
ସବୁଜ ପତ୍ର ଗହଳେ ଖଞ୍ଜା ଖଞ୍ଜି ତାରା ,
ଫୁଟି ମହକାଏ ଚଉଦିଗ ମନୋହରା।
ଆଦ୍ୟ ଆଷାଢ଼ରେ ଧୀରେ ଆସ ବର୍ଷାରାଣୀ,
ସବୁଜିମା ଭରିଯାଉ ଉତ୍ତପ୍ତ ଧରଣୀ
ମଧୁର ମିଳନ ଆସେ ଅନାଇଛି କଇଁ ,
ବାଦଲ ଉହାଡୁ ଜହ୍ନ ଆସିବ ଯେ ଉଇଁ।
ଝିଙ୍କାରି ଗାଇବ ରାଗିଣୀ ଅନ୍ଧାରେ ଛପି ,
ଧୀର ସମୀରେ ଭ୍ରମର କଇଁ କୋଳେ ଛୁପି
ବରଷି ଯାଅ ବରଷା ଭିଜାଅ ଗୋ ଧରା ,
କ୍ଷେତରେ ଫଳିବ ସୁନା ହସି ବସୁନ୍ଧରା ।
