STORYMIRROR

sasmita sarangi

Classics

3  

sasmita sarangi

Classics

ଗୃହ ଲକ୍ଷ୍ମୀ ********

ଗୃହ ଲକ୍ଷ୍ମୀ ********

1 min
126


ଝିଅ ଟିଏ ମଥାରେ ସିନ୍ଦୂର ହାତରେ ଶଂଖା ପିନ୍ଧି ବିବାହ ବେଦୀ ରେ ଅଗ୍ନି କୁ ସାକ୍ଷୀ ରଖି ପରଗୋତ୍ରୀ ହେଇଯାଏ । 


ବଦଳିଯାଏ ତା ସଂଜ୍ଞା , ବାନ୍ଧି ହୁଏ ନୂତନ ବନ୍ଧନରେ , ଛନ୍ଦି ହୁଏ ଅନେକ ନୂତନ ସମ୍ପର୍କ ଡୋରି ରେ , ହୋଇଯାଏ ସେ ଘରର ଗୃହ ଲକ୍ଷ୍ମୀ । 


ଆପଣାଇ ବାକୁ ହୁଏ ନବବଧୂଟିକୁ ସେ ପରିବାରର ଚାଲିଚଳନ ସଂସ୍କାର , ପରମ୍ପରା ଓ ରୀତିନୀତିକୁ ।


ସଂସାର ନିୟମରେ ବାନ୍ଧି ହୋଇ ଝିଅରୁ ନାରୀ ଟିଏ ହୋଇ କୂଳବଧୁ ଓ ଗୃହ ଲକ୍ଷ୍ମୀ ରେ ଅଳଙ୍କୃତ ହୁଏ ।


ପରିବାର , ବନ୍ଧୁ ବାନ୍ଧବ ଓଷା ପୂନିଅଁ ରେ ଶାଶୂ ଘରର ମର୍ଯ୍ୟାଦା ରକ୍ଷା କରେ , ଆତ୍ମୀୟତା ଓ ସହନଶୀଳତାର ପରାକାଷ୍ଠା ପ୍ରଦର୍ଶନ କରି ଚଳିବାକୁ ହୁଏ । 


ଶାଶୁ ଘର ହୋଇଯାଏ ତା'ର କର୍ମଶାଳା । ସକାଳ ରୁ ରାତ୍ରୀ ଗୃହ ଜଞ୍ଜାଳ ରେ ବ୍ୟସ୍ତ ରହି , ନିଜର କର୍ତ୍ତବ୍ୟ କରିଚାଲେ ଅବିରତ ଅବିଶ୍ରାନ୍ତ ।


ଆପଣା ଲୋକ ହୋଇଯାନ୍ତି ପର ଆଉ ପରଙ୍କୁ ଆପଣାଇ ଜୁଆ କଉଡ଼ିରେ ଗୃହ ପ୍ରବେଶ କରି ଖଇ କଉଡ଼ିରେ ଯାଏ ଶ୍ମଶାନ ସ୍ଥଳୀ ।


Rate this content
Log in

Similar oriya poem from Classics