ଦୀପାବଳି
ଦୀପାବଳି
1 min
60
ହୃଦୟ ଦୀପାଳି ଜଳାଇବା ଚାଲ
ସଳିତା କରିବା ଅହଂଭାବକୁ ,
ଈର୍ଷା, ଦ୍ୱେଷ,ଆତ୍ମଗ୍ଳାନି ଢାଳିଦେବା ତହି
ସୁବାସିତ କରି ଜୀବନଟିକୁ ।୧
ହିଂସା ଭାବନା କୁତ୍ସା ରଟନା ଅଟଇ କାଳିମା
ଏ ଅଜ୍ଞତା କୁ ଦୂରେଇ ଦେବା,
ସୁ ସଙ୍ଗ, ସତ୍ କର୍ମ ଆପଣାଇ ଆମେ
ମୈତ୍ରୀ ର ଦୀପ ପ୍ରଜ୍ଜ୍ୱଳନ କରିବା। ୨
