STORYMIRROR

sasmita sarangi

Others

3  

sasmita sarangi

Others

ମାର୍ଗଶିର ଗୁରୁବାର

ମାର୍ଗଶିର ଗୁରୁବାର

1 min
130


ମାର୍ଗଶିର ମାସ ହେଲେ ଆଗମନ

ଘର ଦ୍ବାର ଲିପାପୋଛା ହୁଅଇ ବହନ ।୧


ମାର୍ଗଶିର ମାସ ପ୍ରତି ଗୁରୁବାର

ଶ୍ରୀ ଲକ୍ଷ୍ମୀ ପୂଜନ୍ତି ପ୍ରତି ଘର ଘର ।୨


ପରିସ୍କାର ପରିଚ୍ଛନ୍ନ ରହିଥାଏ ଯିଏ

ଲକ୍ଷ୍ମୀ ହୁଅନ୍ତି ସନ୍ତୁଷ୍ଟ ସଦା ସୁଖେ ଥାଏ ।୩


ଜାତି ଧର୍ମ ବର୍ଣ୍ଣ ଲକ୍ଷ୍ମୀ ପାଖରେ ସମାନ

ମଣିଷ ଭିତରେ ନାହିଁ ଭେଦଭାବ ଜାଣ ।୪


ବ୍ରାହ୍ମଣ ଠୁ ଚଣ୍ଡାଳ ସମସ୍ତ ଜାତିରେ

ଲକ୍ଷ୍ମୀ ବ୍ରତ ଉପାସନା ହୁଅଇ ବିଧିରେ।୫


ପୂର୍ବେ ଜଗନ୍ନାଥ ଲକ୍ଷ୍ମୀ ଙ୍କୁ ତ୍ୟାଗ କରିଲେ

ଚଣ୍ଡାଳୁଣୀ ଆଖ୍ୟା ଦେଇ ଅପବାଦ ଦେଲେ ।୬


ମାର୍ଗଶିର ଗୁରୁବାର ଥିଲା ସେହି ଦିନ,

ଶ୍ରୀୟା ଚଣ୍ଡାଳୁଣୀ ପୁଜୁଥିଲା ଦେଇ ମନ ।୭


ଚଣ୍ଡାଳୁଣୀ କହି ଘରୁ ଦେଲେ ଘଉଡାଇ

ଲକ୍ଷ୍ମୀ ଅଭିଶାପେ ଦରିଦ୍ର ହେଲେ ଦୁଇ ଭାଇ ।୮


ଶେଷେ ଲକ୍ଷ୍ମୀ ପାଶେ ମିଳି କରିଲେ ଭୋଜନ

ସବୁରି ପାଶରେ ଲକ୍ଷ୍ମୀ ଅଟନ୍ତି ସମାନ ।୯


ଏହି କଥା ଲୋକମତେ ହେଲା ପ୍ରଚଳନ,

ମାର୍ଗଶିର ଗୁରୁବାର ହୋଇଲା ପ୍ରଧାନ ।୧୦


ସକାଳୁ ଉଠି ମାଣ ବସାଇ ଗୃହରେ

ଘରର ଘରଣୀ ପୂଜା କରଇ ବିଧିରେ ।୧୧


ସ୍ବଛ୍ଛତ୍ତ୍ବ ରୁ ଦୈବତ୍ବ ମିଳେ ଏହା ଜାଣ

ସ୍ବଛ୍ଛ ବାତାବରଣରେ ପ୍ରଭୁ କରନ୍ତି ବସନ ।୧୨



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍