STORYMIRROR

sasmita sarangi

Inspirational

4  

sasmita sarangi

Inspirational

ସଳିତା

ସଳିତା

1 min
334

ଜୀବନ ଦୀପରୁ ସରିଲାଣି ତେଲ

ଶୁଖିଲା ହେଲାଣି ସଳିତା 

ଲିଭିବା ଆଗରୁ ଜଳେ ଦାଉ ଦାଉ

 କର୍ମକୁ ତୋର ଭାବୁଥା । ୧


ଜନମ କାଳରେ ଷଠି ପଞ୍ଚୁଆତି ବେଳେ

 ଜିଳିଥିଲା ଏ ସଳିତା  

ଶମଶାନ ଘାଟ ଯାଏ ଥିବ ସାଥେ

କୁଟୁମ୍ବେ ଜାଳିବେ ଚିତା ।୨


ନିତି ସଞ୍ଜବେଳେ ବୃନ୍ଦାବତୀ ପାସେ

 ଭକତିର ଅର୍ଘ୍ୟ ଦେଇ 

ସଞ୍ଜ ବଳିତାକୁ ଦିଅଇ ଜଳାଇ

 ମୁକତି ଲଭିବା ପାଇଁ ।୩ 


ସଳିତା ସରିବ ଦୀପ ବି ଲିଭିବ

 ଘୋଟିବ ଅମା ଅନ୍ଧାର  

ଷଠି ଦୀପ ଶେଷେ ଘଟ ଦୀପ ହୋଇ 

ହେବଟି ମୁକ୍ତିର ଦ୍ୱାର ।୪


ସରି ସରି ଯାଏ କ୍ଷଣେ କ୍ଷଣେ ଯିଏ 

ନାମ ତାହାର ସଳିତା 

ସୁଜ୍ଞାନୀ ଜୀବନ ଲିଭିବା ପରେ ବି

ରହେ ତାଙ୍କ ମହାନତା ।୫ 


ଜୀବନ ଚକ୍ରରେ ଘଟ ପରେ ଘଟ 

ଜଳୁଅଛି ଆତ୍ମଜ୍ୟୋତି  

ସୁପଥରେ ଜଳେ ପୂଣ୍ୟର ସଳିତା

କୁପଥେ ଅନ୍ଧାର ଭିତ୍ତି ।୬



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational