Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Classics

3  

sasmita sarangi

Classics

ଅକୁହା କଥା***********

ଅକୁହା କଥା***********

1 min
145



ଜୀବନ ଆଉ ସମୟ ସହିତ 

 ସାଲିସ୍ କରି ଚାଲୁ ଚାଲୁ

ଅନେକ କଥା ଅକୁହା ରହିଯାଏ

ମନ ସିନ୍ଧୁକ ରେ ତାଲା ପଡି ,

ବେଳେ ବେଳେ ଇଚ୍ଛା ହୁଏ

ସେଇ ସ୍ମୃତି ସବୁ ସାଉଁଟିବାକୁ

ଖୋଲିଦେଇ ମରମ କଥା ର ପେଡ଼ି ।


ଝିପିଝିପି ବର୍ଷାରେ ଭିଜି ଭିଜି

ଘାସର କାନଭାସ୍ ରେ

ସାଧବବୋହୁ କୁ ଖୋଜୁ ଖୋଜୁ କେବେ

ସିହରଣ ଖେଳିଯାଏ ଚପଳ ମନରେ ,

ଭିଜା ଭିଜା ପାଦ ଦୁଇ ନାଚି ଉଠେ

ଆପେ ଆପେ ବର୍ଷା ସାଥେ ମତୁଆଲା ହେଇ।


କୁଆଁରୀ ମନ ତଳେ ଚାପି ହୋଇ ରହିଯାଏ

ଅସରନ୍ତି ଗପ ହୋଇ ପ୍ରୀତି ର ପହିଲି ପରଶ ,

ବେଦନା ର ଅନେକ କାହାଣୀ

ନ ଥାଇ କି ଅଗ୍ନି ର ସ୍ପୁଲିଙ୍ଗ

ଜଳି ପୋଡ଼ି ହୁଏ ଛାରଖାର

ନିନ୍ଦା ଆଉ ଅପବାଦ ର ବହ୍ନି ରେ ।


ମନର ବେଦନା ମନେ ମରିଯିଏ

ଅନ୍ତର ର ନିଭୃତ କୋଣରେ ,

ଅକୁହା ଅଦେଖା ଅପାଶୋରା 

ସ୍ମୃତି ସବୁ ବସା ବାନ୍ଧେ ହୃଦୟରେ ,

ସ୍ବପ୍ନ ସବୁ ବୋହିଯାଏ ଲୁହ ହୋଇ

ଗଣ୍ଡଦେଶ ଦେଇ ଅଧରକୁ ଛୁଇଁ ।



Rate this content
Log in

Similar oriya poem from Classics