STORYMIRROR

sasmita sarangi

Classics

4  

sasmita sarangi

Classics

ଶ୍ରାବଣର ପ୍ରୀତି ସ୍ପର୍ଶ

ଶ୍ରାବଣର ପ୍ରୀତି ସ୍ପର୍ଶ

1 min
13


ଆଷାଢ଼ରେ ତନୁକୁ ଭିଜାଇ ସ୍ନାନ ସାରି ବସୁମତୀ

ଅପେକ୍ଷାରେ ଥାଏ ଶ୍ରାବଣର ପ୍ରୀତି ସ୍ପର୍ଶ ପାଇଁ,

ମେଘର ମହ୍ଲାର ନେଇ ତୁମେ ଆସ, ପ୍ରକୃତି ହସଇ

 ମିଳନରେ ତୁମ ସବୁଜିମା ଖେଳିଯାଏ ଚତୁର୍ଦ୍ଦିଗେ ,

ସ୍ନିଗ୍ଧ ଶୀତଳ ବାଆରେ ମହକେ ନାନା ଜାତି ଫୁଲ ସୁବାସରେ।୧


ଥୁଣ୍ଟା ଗଛ ସବୁ ପଲ୍ଲବୀ ଉଠଇ, ଜୀବନ୍ୟାସ ପାଏ ସତେ…..

ବସୁଧାକୁ ଭାଜାଇଲା ପରେ ତୁମେ ପୀରତି ପରଶେ,

ଶୁଷ୍କ ନଦୀ ନାଳ ପୁଷ୍କରିଣୀ ପୁରିଉଠେ ତୁମେ ଯେବେ

ବରଷି ଯାଅ ଅବିଶ୍ରାନ୍ତ ବର୍ଷାର ଧାରାରେ…

ଚାତକ ପାଏ ଜୀବନ ପାଇଁ ତୁମ ପ୍ରୀତି ସ୍ପର୍ଶ।୨


ଚଷିବାକୁ କ୍ଷେତ ,ଚଷାପୁଅ ଧାଇଁ ଯାଏ ହଳ ଲଙ୍ଗଳ ଯୋଚି

ସୁନା ଫଳିବ କ୍ଷେତରେ, ଧରଣୀ ହେବ ଶସ୍ୟଶ୍ୟାମଳା,

ମର୍ତ୍ତ୍ୟକୁ ଆସିଛ ତୁମେ ହେ ଶ୍ରାବଣ,ପ୍ରଫୁଲ୍ଲିତ ଧରା,

ଭାବପ୍ରବଣ ଚାଷୀ ତରବରେ ଚଷେ କ୍ଷେତ….

ଫେରିଯିବ କାଳେ ତୁମେ ଟିକେ ଦେଇ ଦେଖା।୩


ଯାମିନୀରେ ଚହଟେ ବାସ କଦମ୍ବ ଆଉ ଗଙ୍ଗଶିଉଳିର

ମତୁଆଲି ହୁଏ ମନ, ନିଝୁମ ରାତିରେ ତୁମ ସ୍ପର୍ଶରେ,

ଝିଙ୍କାରିର ଝିଂ ଝିଂ ଶବ୍ଦର ତାଳେ ତାଳେ 

ମୃଦୁ ମନ୍ଦ ସମୀରରେ ନାଚୁଥିବ ବର୍ଷା ….

ତା ସାଥିରେ ଝୁମି ଝୁମି ଭିଜୁଥିବ ତନୁ ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics