Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binata Mohanta

Classics Inspirational

3  

Binata Mohanta

Classics Inspirational

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
191


ସମଗ୍ର ମହି ମଣ୍ଡଳେ ବିଖ୍ୟାତ

    ଏହି ଭାରତ ବର୍ଷ ଭୂଖଣ୍ଡ

ବିଶ୍ବ ଦରବାରେ ଝଲସଇ

     ଯେହ୍ନେ ମୁକ୍ତାକାଶେ ଅଗ୍ନି ପିଣ୍ଡ ।


ଚିର ବନ୍ଦନୀୟ ଏହି ମାଟି

     ସର୍ଵତ୍ର ଏହା ପାଏ ପୂଜା

ଯଶ କୀର୍ତ୍ତିର ଗରୀମା ହେତୁ

     ସର୍ବାଗ୍ରେ ଉଡେ ଆମ ଜାତୀୟ ଧ୍ଵଜା ।


ମହାଡମ୍ବରେ ପାଳନ୍ତି ସଭିଏଁ 

     ସ୍ବାଧୀନତା ଦିବସ ଅଗଷ୍ଟ ପନ୍ଦର 

ଚଉଦିଗ କମ୍ପେ ଜାତୀୟ ସଙ୍ଗୀତେ

      ନଥାଏ ଜାତି ଧର୍ମ ବିଚାର ।


ଏକଦା ଏକତା ଓ ବିବିଧତାର

      ସୁନା ଚଢ଼େଇ ଥିଲା ଆମ ଦେଶ

ମୁଗଲ ତାପରେ ଇଂରେଜଙ୍କ 

      ପରାଧୀନତାରେ ହେଲା ଗ୍ରାସ ।


ବାପୁଙ୍କ ଆହ୍ୱାନେ ସ୍ବାଧୀନତା ପାଇଁ 

      ଦେଶବାସୀ ଜୀବନ କଲେ ସମର୍ପିତ

କଲମକୁ କମାଣ,ବାଡିକୁ ବନ୍ଧୁକ

      ଫାଶୀକୁ ହାର କରି ହେଲେ ଉତ୍ସର୍ଗିତ ।


ପ୍ରାଣ ପ୍ରତିଦାନେ ପରାଧୀନ ଦେଶକୁ

       କରିଥିଲେ ସେମାନେ ସ୍ବାଧୀନ

ବୀର ସଂଗ୍ରାମୀ ଅହିଂସା ନୀତିରେ

       ବିଦେଶୀ ଶାସନର ହେଲା ଅବସାନ ।


ନିଜ ବକ୍ଷରେ ଗୁଳି ଖାଇ ମଧ୍ୟ

      ଦେବଦୂତ ସାଜି କଲେ ମାଆର ସେବା

ସମସ୍ତ ବୀର ରକ୍ଷକଙ୍କ ବଳୀଦାନକୁ

      ଉତ୍ତରାଧିକାରୀ ହୋଇ ବହନ କରିବା ।


ଶତ ବୀରପୁତ୍ରଙ୍କ ତ୍ୟାଗ ଆଉ ପ୍ରାଣଦାନ

       ପରାଧୀନ ଭାରତକୁ କରିଲେ ସ୍ବାଧୀନ

ସ୍ବାଧୀନ ଭାରତର ବନିବା ଗୌରବ ମାନ

       ସର୍ବଦା ରଖିବା ତ୍ରିରଙ୍ଗା ସମ୍ମାନ ।


ସମଗ୍ର ଭାରତ ପାଳୁଅଛି ଆଜି 

       ସ୍ଵାଧୀନତାର ଅମୃତ ମହୋତ୍ସବ 

ସ୍ବାଧୀନ ଭାରତର ସନ୍ତାନ ଆମେ 

        ବଢାଇବା ତ୍ରିରଙ୍ଗାର ଗୌରବ ।


Rate this content
Log in