STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ନିମନ୍ତ୍ରଣ

ନିମନ୍ତ୍ରଣ

1 min
115

ସେ ଦିନ ମୁଁ ଘରେ ନଥିଲି

ତୁମେ ଆସିଥିଲ ପୁଣି

ଘରେ ଦେଇଗଲ

ଖଣ୍ତେ ନିମନ୍ତ୍ରଣ ପତ୍ର

ଅନୁରୋଧ କରି ଲେଖିଥିଲ

ଯିବାକୁ ସପରିବାର ତୁମ ଘରକୁ

ମାସ,ତାରିଖ,ବାରର

ସୁନ୍ଦର ନିମନ୍ତ୍ରଣ ପତ୍ରର ଛବି

ଲମ୍ବା ଅବଧିର ସମୟ

ସନ୍ଧ୍ଯାର ଝଲମଲ ଲାଇଟର

ବର,କନ୍ଯାର ବେଶ ପୋଷାକରେ

ବାହାଘରର ଖୁସିର ପର୍ବ 

ତୁମେ ତ ଖୁସି ଥିବ ନା ?

ଖୁସି ବାଣ୍ଟିବା ପରସ୍ପର ଭିତରେ

ଏହା କିଛି ସମୟ କିଛି ମୂହୁର୍ତ୍ତ ପାଇଁ

ଯେତେ ବାଣ୍ଟିଲେବି ବଳିବ ତୁମର

ନିଅଣ୍ଟ ପଡିବ ମୋର 

ଆମେ ପରାଶ୍ରୀନିମନ୍ତ୍ରଣ ଅତିଥି !

ଫେରୁଥିବୁ ଜଣ ଜଣ ହୋଇ

ତୁମେ ଅନେକଙ୍କୁ ଅସରନ୍ତି 

ଖୁସି ବାଣ୍ଟି ଦେଉଥିବ

ସମସ୍ତେ ଫେରୁଥିବେ ଯିଏ ଯାହା ଘରକୁ

ସେ ଦିନ ଯେଉଁଠି ମୁଁ ନଥିଲି

ତୁମେ ଗଲାବେଳେ ନିମନ୍ତ୍ରଣ ଦେଇ

ଆଜିର ଉପସ୍ଥିତି ଖୁସି ବାଣ୍ଟିବାନି ।



Rate this content
Log in

Similar oriya poem from Classics