STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ବୁଝିବା

ବୁଝିବା

1 min
156

      


କଥା କିଏ ଠିକ୍ ରେ ବୁଝୁଛି

କଥା ବି ଠିକ୍ ବୁଝିବାକୁ ହେବ

କଥା ବୁଝି ନ ଥିଲା ଦୁର୍ଯୋଧନ

ବୁଝିଥିଲେ, ହୋଇ ନ ଥାଆନ୍ତା ପତନ

ହୋଇ ନ ଥାଆନ୍ତା ଯୁଦ୍ଧ

ସମ୍ପର୍କ ବି ଠିକ୍ ବୁଝିବାକୁ ହେବ

ବୁଝିଥିଲେ,ଭାଇ ଭାଇ ଅଲଗା ହୋଇ ନ ଥାଆନ୍ତେ

ଜଣେ ଭାଇ ହାରିଲା ସ୍ତ୍ରୀ

ଆଉ ଜଣେ ଭାଇ ପାଇଲା ଜୁଆ ଖେଳ ରେ ll


ସଙ୍ଘର୍ଷ ବିଷୟ ବୁଝିବାକୁ ହେବ

ଶ୍ରୀରାମ ପରି ସଂଘର୍ଷ କେହି କରୁନି

ତାଙ୍କର ଆଦର୍ଶ ରେ କେହି ଚାଲୁନି

ବାଧା ବିଘ୍ନ ପରେ ଲକ୍ଷ୍ୟ ହାସଲ

ସଙ୍ଘର୍ଷ ର ଚିତ୍ର ,ରାମ କଥା ରାମାୟଣରେ ll



ଧୈର୍ଯ୍ୟ କଣ ଶିଖିବାକୁ ହେବ

ଧୈର୍ଯ୍ୟ ଶିକ୍ଷା ଶବରୀ ପାଖରୁ

ଭକ୍ତି ପାଇଁ ବୟସ ସରି ଆସୁଥିଲା

ପ୍ରତିଦିନ ଆଶା ରହିଥିଲା

ଶ୍ରୀରାମ ଆସିବେ

ସେହି ଆଶାରେ ଦିନ ବିତୁଥିଲା।l


ସତ୍ୟ ହିଁ ଚିରନ୍ତନ ସତ୍ୟ

ସତ୍ୟ ଶିକ୍ଷା ପାଇଁ ରାଜା ହରିଶ୍ଚନ୍ଦ୍ର କଥା

ସତ୍ୟ ରକ୍ଷା ପାଇଁ

ରାଜ ମହଲ ଛାଡ଼ି ଗରିବ ଭିକାରୀ

ସାରା ଦୁନିଆ ଜାଣିଛି,ସତ୍ୟ ପ୍ରିୟ ରାଜା ହରିଶ୍ଚନ୍ଦ୍ର ll


ମଣିଷ ଏବେ ସଂକ୍ଷିପ୍ତ ରାସ୍ତା ଖୋଜୁଛି

ସଂକ୍ଷିପ୍ତ ରାସ୍ତା ହିଁ ଜୀବନ ପ୍ରତି ବିପଦ ସାଜୁଛି

ଏବେ ଆଉ ଧୈର୍ଯ୍ୟ କାହାରି ନାହିଁ

ଶୀଘ୍ର ସୀମା ଲଙ୍ଘନ ହେଉଛି ଧୈର୍ଯ୍ୟର

ଏବେ ମିଛକୁ ସତ୍ୟ ପ୍ରମାଣିତ

କଥା କଥାରେ ସଂଘର୍ଷ

ଧର୍ମ ଆଢ଼ୁଆଳେ ସଂଘର୍ଷ ଚାଲିଛି।l


କଥା,ସମ୍ପର୍କ, ସଂଘର୍ଷ,ଧୈର୍ଯ୍ୟ 

ଠିକ୍ ଠିକ୍ ବୁଝିବାକୁ ହେବ

ସତ୍ୟ ର ମାର୍ଗ ସ୍ବୀକାର ଏକାନ୍ତ ବିଧେୟ

ବିନୟ ସହିତ ଏହି ନିବେଦନ

ନିଜେ ଖୁସି ରହି,ଅନ୍ୟକୁ ଖୁସିର ରାସ୍ତା ପ୍ରଦର୍ଶନ

ମାନବିତାର ଶ୍ରେଷ୍ଠ ନିଦର୍ଶନ

ସମ୍ପର୍କ ର ସେତୁ ଦୃଢ଼ ହେଲେ

ସମାଜ ଓ ଦେଶ ହେବ ବଳବାନ।l








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract