STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ସର୍ଵଜ୍ଞାତା

ସର୍ଵଜ୍ଞାତା

1 min
210

ପ୍ରତିଦିନ ତିନୋଟି ରୋଟି ଖାଇଲା ପରେ

ଚାରି ନମ୍ବର ରୋଟିରେ ତୁମର ସ୍ଵାଦ

କହିପାର,ଯାଦୁ ହୋଇଥିବ

କିଛି ଯାଦୁ ନାହିଁ

କେବେ ପରଶି ଥିଲେ ଜାଣି ହୁଅନ୍ତା

ରାଗ ନୁହେଁ ,ମୋର ମିଠା ପସନ୍ଦ

ଶବ୍ଦ ହେଉ କି ସ୍ଵାଦ ହେଉ

କହିଛି ଆଗରୁ ,ମୁଁ ସର୍ଵଜ୍ଞାତା ନୁହେଁ।


ହାଲୁକା ରଙ୍ଗ ତୁମର ପସନ୍ଦ

ତୁମେ ନୁହଁ,ଆଲମାରୀ କହୁଛି

ମୋ ଆଲମାରୀ କେବେ ଦେଖିନ

ମୋର ରଙ୍ଗ ବେଶି

କେବେ ଜାଣିବାକୁ ଚେଷ୍ଟା କରିଛ କି ?

ବୁଝି ଯାଉଥିବ , ମୁଁ ସର୍ଵଜ୍ଞାତା ନୁହେଁ।


କହିଛି ନା ମୁଁ ସର୍ଵଜ୍ଞାତା ନୁହେଁ

ଯେବେ ଚା ଓ କଫି 

ଟେବୁଲ୍ ଉପରେ ରଖାଯାଇଥାଏ

ବାରି ହୋଇଯାଏ,ତୁମ ମନରେ କିଛି ଅଛି

ତୁମ ସହ ମିଶିଛି

ତୁମର ପସନ୍ଦ ଓ ଅଭ୍ୟାସ

ତଥାପି , ମୁଁ ସର୍ଵଜ୍ଞାତା ନୁହେଁ।


କାହାକୁ ବୁଝିବାକୁ ହେଲେ

ସର୍ଵଜ୍ଞାତା ହେବାକୁ ହୁଏ

କିଛି ସମୟ ବିତାଇଲେ

ସୂର୍ଯ୍ୟ ଉଦୟ ସମୟରେ

କେବେ କାନ୍ଧରେ ମଥା ରଖି

ଜହ୍ନ ରାତିର ନିରୋଳା ରେ

କଥା କିଛି ନ କହି ବି, ଭାବନା କୁ ଜାଣି ହୁଏ

ଜାଣିବା ପୂର୍ବରୁ, ତୁମ ମନର ରଙ୍ଗ ହିଁ କଥା କହିବ

ଏବେ ବି କହିବ, ମୁଁ ସର୍ଵଜ୍ଞାତା ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract