STORYMIRROR

Ashok Pattnaik

Classics

3  

Ashok Pattnaik

Classics

ବର୍ଷା

ବର୍ଷା

1 min
143


ତୁମେ ଆସିବ କି ବର୍ଷା ?

ରିମ୍ ଝିମ୍ ତୁମ ଶବ୍ଦ ନେଇ

ଶିହରୀତ କରିବାକୁ ମୋ କାୟା ଅବୟବକୁ !

ନିଦାଘ ଚେତନା ହତ ହେବାପରେ

ତୁମେ ସମ୍ଭାରିତ ହୁଅ 

ମେଘ ମାନଙ୍କୁ ନେଇ !

ଆସିବ କି ବର୍ଷା ତୁମେ 

ମୋ ପୃଥିବୀକୁ ??

ତୁମ ଚିକ୍ ମିକ୍ ବିଜୁଳିର ଆଲୋକ ପଟୁଆରରେ,

ଘଡଘଡିର ସୁନ୍ଦର ଶବ୍ଦ ତାଳରେ

ଆଦ୍ରିତ କରିବାକୁ ମୋ ଶୁପ୍ତ ମନକୁ।

ଟୋପା ଟୋପା ତୁମ ମୁକ୍ତା ବିନ୍ଦୁରେ

ବୁଣିହୋଇ ଯିବାକୁ 

ମୋ ପୃଥିବୀ ଛାତିରେ ।

ସୁଖିଯାଇଥିବା ମାଟିର ଚଟାଣ ଛାତିରେ ବିଭୋରିତ କରିବାକୁ ମତେ ମାଟି ଗନ୍ଧରେ 

ତୁମେ ଆସିବକି 

ଚାତକ ଛାତିରେ 

ଆଞ୍ଜୁଳା ଆଞ୍ଜୁଳା

ପ୍ରାଣ ଭରିଦେବାକୁ !

ଟୁପ୍ ଟାପ୍ ତୁମ ଥୋପା ଥୋପା ମୁକ୍ତା ବିନ୍ଦୁରେ ଭରିଦେବାକୁ କଳ କଳ ନଦୀ ଝରଣାର ଅଙ୍କା ବଙ୍କା ଶ୍ରୋତକୁ ।

ଝରଝର ହୋଇ ବର୍ଷିଯିବ କି ?

ତୁମେ,ଝର ଝର ହୋଇ

 ବର୍ଷିଯିବ କି ??

ପ୍ରତିଧ୍ୱନୀତ କରିବାପାଇଁ

କିଆରି ପାଖ ପର୍ବତରେ

ଭୁଲିଯାଉଥିବା ଚଷା ଭାଇ ର ଗୀତକୁ !

ବୋହିଯିବକି ତୁମେ ?

ଅମରି ବୁଦା ସନ୍ଧିରୁ ଗହିରା

ସ୍ରୋତ ଟିଏ ହୋଇ ।

ବେଙ୍ଗ ମାନଙ୍କ ମଧୁର ସଙ୍ଗୀତରେ

ଝୁମିବାକୁ ଆସିବକି ବର୍ଷା ତୁମେ ?

ଛମ୍ ଛମ୍ ତୁମ ନୂପୁର ଶବ୍ଦରେ

ଝିପ୍ ଝିପ୍ ତୁମ ଦୋହଲା ଠାଣିରେ ଶେଷ ବୈଶାଖର ପ୍ରଥମ ପ୍ରେମିକା ସାଜିବାକୁ ଆସିବ କି ବର୍ଷା ତୁମେ ?

ମୌସୁମୀର ଶୀତଳ ବାଆରେ

ନିଗିଡ଼ି ଯିବାକୁ ପ୍ରାଣଟିଏହୋଇ

କବିର ସ୍ପନ୍ଦନ ବିନ୍ଦୁରେ ।

ଆସିବକି ବର୍ଷା ତୁମେ ??

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics