Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ଅପୂର୍ବ ସଂଯୋଗ.

ଅପୂର୍ବ ସଂଯୋଗ.

1 min
208



ସୃଷ୍ଟିକର୍ତ୍ତାଙ୍କ ର ବିଚିତ୍ର ସୃଷ୍ଟିରେ

     ଅପୁର୍ବ ସଂଯୋଗ ହୁଏ 

ଯେତେ ଦୁରେ ପତ୍ର ପଡ଼ିଥିଲେ ସୁଦ୍ଧା

     ଗଛର ନାମ ବୁଝାଏ ।


ଆକାଶରେ କଳା ମେଘଦେଖି କେକୀ

     ନାଚୁଥାଏ ପୁଚ୍ଛ ଟେକି

ଅପୁର୍ବ ସଂଯୋଗ ଗଢ଼ିଛନ୍ତି ଧାତା

     ପାରିବ କେ ତାକୁ ରଖି ।


ନୀଳ ଆକାଶରେ ତପନ ଉଇଁଲେ

    ଫୁଟଇ ଯେ ପଦ୍ମଫୁଲ 

ଯେତେଦୂରେ ଥିଲେ ଅପୁର୍ବସଂଯୋଗ

     ପାଉଥାଏ ସିଏ ଭଲ ।


ବସନ୍ତର ଆଗମନରେ କୋଇଲି

     ପଞ୍ଚମ ତାନରେ ଗାଏ

ଋତୁରାଜ ଚାଲିଗଲେ ପିକସ୍ଵନ୍

    କେବେ କି ଶୁଣିଛି କିଏ ।


ଚାନ୍ଦକୁ ଦେଖିଣ ପୋଖରୀ ଭିତରେ

   ହସି ଫୁଟେ ନୀଳକଇଁ 

ଯିଏ ଯାହା କହୁ ଅପୁର୍ବ ସଂଯୋଗ 

    ଗଢିଛନ୍ତି ପରା ବିହି ।


ଫୁଲଟି ଫୁଟିଲେ ବାସନାରେ ତାର

    ଭ୍ରମର ଆସଇ ଧାଇଁ

ବିଚିତ୍ର ମୟଙ୍କ , ବିଚିତ୍ର ଲୀଳା ରେ

    ଅପୁର୍ବ ସଂଯୋଗ ହୋଇ ।


Rate this content
Log in

Similar oriya poem from Classics