ଭାଷା ଆମ ମାଆ
ଭାଷା ଆମ ମାଆ
ଆମ ଭାଷା ଆମ ମାଆ ପରି
ସାହିତ୍ୟ ମୁଣ୍ଡରେ ଭାଷା ଓଢଣା ସରି
ଭାଷାରେ ଆମର ଅଳଙ୍କାର,ଛନ୍ଦ,ସ୍ୱର
ଲୟ,ତାଳ,ମା ପଣତ ପରି
ହେଉ ଆଞ୍ଚିଳିକ ସମୃଦ୍ଧରେ ହେବ କିଏ ସରି
ଆମ ଭାଷା ଶୁଣିଦେଲେ ମନ ଉଠେ ପୁରି
ଭାଷାର ଆଦର କରି କେତେ ନର
ଯାଇଛନ୍ତି ଇତିହାସେ ନାମ କରି
ସାରଳା ଦାସ ଭୀମଭୋଇ ଆଦି ସୁରୀ
ଓଡ଼ିଆ ଭାଷାର ମଧୁର ମାଧୁର୍ଯ୍ୟରେ
ମନ ମୁନ ଚୈତନ୍ୟ ଯାଏ ଭରି
ମାଆ ଯେପରି ଶିଖାଏ,କହିବାକୁ ହେବ କିପରି
ଭାଷା ଆଉ ମାଆ ପରିପୂରକ ତତ୍ତ୍ୱ ପୁରି
ମାଆ ବୋଲି ଯେଉଁ ପ୍ରଥମ ଭାଷା
ଶିଶୁ କହେ ହସି କିରି କିରି
ସତେ ଅବା ସେଇ ଦୁଇ ଅକ୍ଷରରେ
ଭାଷାକୋଷର ଆରମ୍ଭ ପରିପୂର୍ଣ୍ଣତା ଭରି
ଭାଷା ଆମ ପରିଚୟ ଭାଷା ଆମ ସଂହତି
ଜୀବନର ସ୍ୱାଦ ମହକ ମହକେ ଭରି
ଭାଷା ସଂସ୍କୃତି ପରମ୍ପରା ସ୍ଵାକ୍ଷର ଭାର ବହି
ଚାଲିଥାଏ ଆମସଙ୍ଗେ ମାଆ ପରି
ମାଆ ଆମ ଭାଷା ବୁଝିଗଲେ
ଭାଷାକୁ ସମ୍ମାନ ଦେବା ଫକୀରମୋହନଙ୍କ ପରି
କିଏ ଆଉ ହେବ ଆମ ଭାଷା,ମାଆ ସରି
ବନାନ ଶୁଦ୍ଧି ଭିତରେ ବୁଝିଯିବା ଭାଷା ଆଦରି
ପ୍ରଣାମ,ଆମ ଭାଷା ସାହିତ୍ୟର ରଥି ସାରଥୀ
ହେବାକୁ ଅନେକରେ ଏକ ତାଙ୍କ ପରି ।
