ନନ୍ଦୀ ଘୋଷ
ନନ୍ଦୀ ଘୋଷ
ନନ୍ଦି ଘୋଷ ସଜ ହୋଇଲା
ଡାହୁକ ଡାକ ଦେଲା
ଡାକୁଛି ଭକତ କାଳିଆ ସାଆନ୍ତ
ବେଳ ଉଛୁର ହୋଇଲା ।
ତୋତେ ଡାକିବାକୁ ନାହିଁ ମୋ ଶକତି
ମିଛ ମାୟାରେ ପଡ଼ିଅଛି ମୁ ମୂଢ଼ ମତି
ତୁ ଯାଉ ଅଛୁ ନନ୍ଦି ଘୋଷ ରଥରେ
କେତେ ଦୁଃଖ ମୁ ସହୁଛି ମିଛ ସଂସାରେ ।
ତୋ ନନ୍ଦି ଘୋଷକୁ ଚାହିଁଛି ମାଉସୀ ମା ତୋର
କେବେ ଆସିବ ରେ ଜଗା ବଳିଆ ମୋର
ପୋଡ଼ ପିଠା କୁ ମୁ ଶରଧା ରେ ଦେବି
ମୋ ଧନ ମାଳି ତୁମ ପଥ କୁ ଦେଖୁ ଥିବି ।
କୁରୁ କ୍ଷେତ୍ର ଧର୍ମ କ୍ଷେତ୍ର ରେ ନନ୍ଦି ଘୋଷ ରେ ଆସିଲ
ଅର୍ଜୁନ ରଥରେ ତୁମେ ସାରଥୀ ହୋଇଲ
ଗିତା ଜ୍ଞାନ କୁ ତୁମେ ନନ୍ଦି ଘୋଷ ରଥେ ଦେଇ ଥିଲ
ନନ୍ଦି ଘୋଷ ରଥେ ତୁମ ବିଶ୍ୱ ରୂପ ଦର୍ଶନ ଦେଲ ।
ନନ୍ଦି ଘୋଷ ରଥେ ଯିଏ ଦେଖିବ କଳା ବାମନ
ମୁକତି ଲଭିବ ପାପ ଚାଲି ଯିବ ପାଇ ଯିବ ନିର୍ବାଣ
ବରଷ କେ ଥରେ କାଳିଆ ମୋ ଜନ୍ମ ଭୂମି କୁ ଯାଉଛି
ଜନନୀ ଜନ୍ମ ଭୂମି କୁ କେବେ ଭୁଲି ନ ଯାଅ ସଭିଙ୍କୁ କହୁଛି।
ତୋ ଶ୍ରୀ କ୍ଷେତ୍ର କୁ ଥରେ ଡୋରି ଲଗେଇ ଦେ
ତୋ ନନ୍ଦି ଘୋଷ କୁ ମୋତେ ଛୁଆଁଇ ଦେ
ଜୀବ ସାଥେ ପରମ କୁ ମିଶାଇ ତୁ ଦେ
ଜନ୍ମ ଜନ୍ମ ପାତକ ରୁ ମୁକତି ତୁ ଦେ
ଚାହିଁଛି ସିଂହ ଦୁଆର ନନ୍ଦି ଘୋଷ କେବେ ଆସିବ
ଗହଳି ଲଗାଇ କାଳିଆ ଗୋଟି ପହଣ୍ଡିରେ ଫେରିବ
ଶରଧା ବାଲି ଧନ୍ୟ ହୋଇଯିବ
ଚତୁର୍ଧା ମୂରତି ଙ୍କ ସ୍ଵର୍ସ ସେ ପାଇବ
ନନ୍ଦି ଘୋଷରେ ଆସୁଅଛି ମୋ କଳା ବାମନ
ବଡ଼ ଦାଣ୍ଡେ ଚାହିଁ ରହିଛି ଭକତ ନୟନ
ଟାହିଆ ହଲାଇ ଆସୁଛି ଭକତ ପାଖକୁ ଚାଲି
ନଅ ଦିନ ପାଇଁ ଜନ୍ମ ବେଦି କୁ ଯାଉଅଛି ବୁଲି ।
କଥା ଦେଇ ଚାଲି ଗଲେ ପ୍ରାଣ ପ୍ରିୟ ଠାକୁର
ଲକ୍ଷ୍ମି ଠାକୁରାଣୀ ଚାହିଁରହିଛନ୍ତି ଝୁରୁଛି ଶ୍ରୀ ମନ୍ଦିର
ଶୂନଶାନ ଲାଗୁଛି ଆଜି ଆନନ୍ଦ ବଜାର
ଖାଲି ଖାଲି ଲାଗୁଅଛି ସିଂହ ଦୁଆର ।
ଦେହ ନନ୍ଦି ଘୋଷ ରଥ ମୋ ହୋଇଛି
କାଳିଆ ସୁନା ମୋ ରଥି ହୋଇ ବସି ଅଛି
ହୃଦୟ ସିଂହାସନ କୁ ସମର୍ପି ଦେଇଛି
ଷଡ଼ ବିକାର କୁ ସେ ଦମନ କରୁଛି ।