STORYMIRROR

Madhabi Patel

Classics

4  

Madhabi Patel

Classics

ଶିବ ଜଣାଣ

ଶିବ ଜଣାଣ

1 min
441

ଶୟନରେ ଶିବ ଜାଗରଣେ ଶିବ

ଜପୁଥାଏ ଶିବନାମ

ଯା ନାମକୁ ଧରି କର୍ମ ଆରମ୍ଭିଲେ

ସୁଖେ ହୁଏ ସମାପନ।


ଶିବ ସତ୍ୟ ପୁଣି ଶିବହିଁ ସୁନ୍ଦର

ଶିବ ସଂସାରରେ ସାର

ମୃତ୍ୟୁ ଦେବତାଙ୍କୁ ଜୟକରିପାରେ

କରୁଣା ପାଇଲେ ତାର।


ନରରୁ ଦେବତା ବାନର ଅସୁର

ସଭିଙ୍କ ଅରାଧ୍ୟ ଶିବ

ଆଶୁତୋଷ ହର ଯାଚିଦ୍ୟନ୍ତି ବର

ଦୁଷ୍ଟପାଏ ପରାଭବ।


ଶିବନାମ ଗୋଟି ସଂସାର ସାଗରେ

ପାରିକରେ ହୋଇ ପୋତ

ସ୍ମରୁଥାଏ ଯିଏ ଶିବଙ୍କର ନାମ 

ଧରିଥାଏ ପୁଣ୍ୟପଥ।


ଶିବ ଓ ଶକ୍ତି ଅର୍ଦ୍ଧ ନାରୀଶ୍ବର ମୂର୍ତ୍ତୀ

ଏକତାର ବାର୍ତ୍ତବହ

ସର୍ପ ମୂଷିକ ମୟୁର ବୃଷଭ

ପଶୁରାଜ ସଂଗେ ରୁହା।


ଭିନ୍ନତାର ମଧ୍ୟେ ତୁମର ସଂସାର

କେତେ ସୁଖେ ରହିଥାଅ

ନାହିଁ ଆଡମ୍ବର ପିନ୍ଧି ବ୍ୟାଘ୍ରଛାଲ

ମହାଦେବ ର ସମ୍ମାନ ପାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics