STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ମାନବ ପ୍ରତି ପ୍ରେମ ଭାବନା ରହୁ

ମାନବ ପ୍ରତି ପ୍ରେମ ଭାବନା ରହୁ

1 min
319


ବୟସ ବଢ଼ିଲା ମୋର, ଶୈଶବ ଓ 

ଯୁବକତ୍ୱ ତ ଚାଲି ଗଲା

ମଣିଷକୁ ଭଲ ପାଇବା ଛୁଆ ଦିନେ

ମୋତେ ଶିଖା ହୋଇଥିଲା ।୧।


ଭରି ରହିଥିଲା ଛୁଆ ଦିନରୁ ମୋର

ଅସରନ୍ତି ସ୍ଵପ୍ନର ମାଦକତା 

ହୃଦୟର ଭାବନାକୁ ମାପି ପାରିବନି 

ଆଉ କିଏ ତାର ଗଭୀରତା ।୨।


ଅନ୍ଧ କବିଙ୍କର ଦିବ୍ୟ ଦୃଷ୍ଟି ସ୍ତୁତି ଚିନ୍ତାମଣି

ଅଷ୍ଟକ ବିହାରୀ ଗୀତା ମନରେ ଅଛି ରହି 

ଜିଜ୍ଞାସା ବଳରେ ମାନବ ଜୀବନ ବ୍ୟାପି 

ସାଧନା ଦରକାର ଜାତିର ମଙ୍ଗଳ ପାଇଁ ।୩।


ଦର୍ପଣ ଆଗରେ ସବୁ ଦିନ ଦେଖେ 

ଏହି ପ୍ରତିବିମ୍ବ ମୋର 

ଭାବୁଥାଏ ଏହି ମାନବ ପ୍ରେମ ଭାବନା 

ରହୁ ସର୍ବଦା ମୋର  ।୪।


ଦେଖି ଅଛି ମୁହିଁ କେତେ ନବ ରଙ୍ଗ ରସ 

ଏହି ଜୀବନରେ 

ଜୀବନ୍ତ ପର୍ଯ୍ୟନ୍ତ ବିଦ୍ୟା ବୁଦ୍ଧି ଜ୍ଞାନ ଲାଗୁ 

ମଣିଷ ଗଢ଼ିବାରେ ।୫।


ବଡ ଯେତେ ଦେଇଥାନ୍ତି ଆଶୀର୍ବାଦ 

'ବୁଢ଼ାଟିଏ ହୋଇ ଥାଉ' 

ବାର୍ଦ୍ଧକ୍ୟ ଆସିଲାଣି, ଜୀବନ୍ତ ପର୍ଯ୍ୟନ୍ତ

ସେ ମନ ଓ ସପନ ରହି ଥାଉ ।୬।


କାଳ ନିର୍ଦ୍ଧାରିତ, 'ବୁଢ଼ା' ବୋଲି ନାହିଁ କିଛି 

ଶୋକ ମୋ ମନରେ  

ଦେଶର ଶ୍ରମିକ କୃଷକ ପାଇଲେ ତାଂକ 

ପ୍ରାପ୍ୟ ଆନନ୍ଦିତ ହୋଇବିରେ ।୭।


ମନରେ ଡାକେ ଆହେ ନିଖିଳର ପୁର୍ଣ୍ଣ 

ଅଧୀଶ୍ଵର ମହିମା ଅଲେଖ ନାଥ ।

ବଧିର ନହୋଇ ଶୁଣ ଥରେ ଏ ଅକୀଞ୍ଚନ 

ଡାକ ପୂର୍ଣ୍ଣ କର ମୋର ମନୋରଥ ।୮।



Rate this content
Log in

Similar oriya poem from Abstract