STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସୁନାବେଶ

ସୁନାବେଶ

1 min
225

ଅନେକ ପ୍ରକାର ବେଶ   ପାଞ୍ଚଥର ସୁନାବେଶ

      ଅଳଙ୍କାର ପ୍ରିୟ ବିଷ୍ଣୁ ଭୂଷଣେ ଖୁସି

ତୁଳସୀ ଚନ୍ଦନ ଧାରୀ   ପୁଷ୍ପ କର୍ପୁର କସ୍ତୁରୀ

      ସୁନାବେଶେ ସୁନା ରତ୍ନ ପିନ୍ଧନ୍ତି ବସି

      ସୁନାବେଶ ପ୍ରଭୁ ହୋଇଣ

      ସୁନ୍ଦର ସନ୍ତୋଷେ ଜଗା ଦିଏ ଦର୍ଶନ l


ସୁବର୍ଣ୍ଣର ଅଳଙ୍କାର     କିରିଟଯେ ମସ୍ତକର

      ସ୍ଵର୍ଣ୍ଣ ଚକ୍ର ରୌପ୍ୟ ଶଙ୍ଖ ଯେ ଶ୍ରୀ ପୟର

ଚନ୍ଦ୍ର ସୂର୍ଯ୍ୟ ଓଡ଼ିଆଣୀ   ଶ୍ରୀ ଭୁଜ ସୁନେଲି ଠାଣି

      ଘାଘଡା, କଦମ୍ବ ମାଳି ପଟି କମର

      ତିଳକ, ଚନ୍ଦ୍ରିକା, ଅଳକା

      ବାହାଡା, ତାବିଜ ମାଳି ସେ ତ୍ରିଖଣ୍ଡିକା l


ହଟିଆ ହଟ ନାଗର     ଲୀଳାଖେଳା ଶ୍ରୀମନ୍ଦିର

      ବଞ୍ଚିତ ପତିତ ଜନ ପାଇଁକି ବେଶ

ଦର୍ଶନେ ବ୍ୟାକୁଳ ନର    ହୃଦୟ କମ୍ପେ ତୁମର

      ସବୁ ଭକ୍ତ ପାଇଁ ତୁମ ଯେ ସୁନାବେଶ

       ସୁନାବେଶ ରଥେ ଦେଖିଣ

      ଆତ୍ମ ହରା ହୁଏ ଭକ୍ତ କରି ଜଣାଣ l


ଜଗନ୍ନାଥ ରାଷ୍ଟ୍ରନେତା    ରାଜାପରା ସେବକ ତା

      ଅନଙ୍ଗଭୀମ ଦେବଯେ କରେ ଘୋଷଣା

ରାଜ୍ୟ ଧନ ସମ୍ପତ୍ତିର      ଜଗାପରା ଅଧିଶ୍ୱର

      ରାଜା ବେଶେ ସୁନାବେଶେ ତା ଉପାସନା

       ଉତ୍କଳର ରାଜା କାଳିଆ

       ଓଡ଼ିଆ ପ୍ରାଣର ସିଏ ବନ ମାଳିଆ l


କଳିଙ୍ଗ ପ୍ରଦେଶ ଦେବ    ବୀର କପିଳେନ୍ଦ୍ର ଦେବ

     ଦକ୍ଷିଣ ବିଜୟ ପରେ ସେ ସମର୍ପିତ

ଷୋହଳ ହାତୀ ପିଠିରେ   ଆଣି ସୁନା ଅଳଙ୍କାରେ

     ପ୍ରଭୁଙ୍କୁ ସମର୍ପି ଦେଇ ସେ ଆଦର୍ଶିତ

      ବଡ଼ ତଢାଉଙ୍କ କଥାରେ

      ସୁନାବେଶ ଲାଗି କରେ ସେ ଆନନ୍ଦରେ l


କାର୍ତ୍ତିକ ପୂର୍ଣ୍ଣିମା ବେଶ    ରାଜା ରାଜେଶ୍ୱର ବେଶ

      ପୌଷମାସ ପୂର୍ଣ୍ଣିମାରେ ପୁଷ୍ପାଭିଷେକ

ବିଜୟା ଦଶମୀ ତିଥିରେ   ଦଶହରା ପରବରେ

       ଦୋଳ ପୂର୍ଣ୍ଣିମାରେ ପ୍ରଭୁ ସୁନାଭିଷେକ

       ଏକାଦଶୀ ହରି ଶୟନ

     ଭକ୍ତଜନ ସୁନାବେଶେ କରେ ପୂଜନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics