STORYMIRROR

Samar Ballav Bhoi

Abstract Classics Inspirational

4  

Samar Ballav Bhoi

Abstract Classics Inspirational

ବୋହୁ ଘରର ଲକ୍ଷ୍ମୀ

ବୋହୁ ଘରର ଲକ୍ଷ୍ମୀ

1 min
270


ବାପଘର ଛାଡି ଶଶୁର ଘରକୁ

ବିଦାୟ ନେଇ ସେ ଯାଏ

ସବୁ ସମ୍ପର୍କ ସାଥିରେ ଧରି ସେ

ଶଶୁର ଘରକୁ ବୋହୁ ହୋଇ

ଆଜୀବନ ସଦସ୍ୟ ହୁଏ।


ଆଷାଢ଼ ବରଷା ଶ୍ରାବଣ ପୂର୍ଣ୍ଣିମା

ବସନ୍ତ ମଳୟ ରଜଦୋଳି ଖେଳ

ଗାଁ ମାଟିର ଅଭୁଲା ସ୍ମୃତିକୁ ଧରି

ବୋହୁ ହୋଇ ଶାଶୁଘର ସିଏ ଯାଏ।


ନିଜ ପରିବାର ଆପଣା ଆଉ ପର

ସଭିଏଁ ହୁଅନ୍ତି ବନ୍ଧା ସମ୍ପର୍କର 

ଗାଁ ସ୍ମୃତି ହାଟ ବାପଘରେ ରଖି

ଆପଣାଇ ନିଏ ଶଶୁର ଘର।


ଝିଅ ଜନ୍ମ ତ ପର ଘର ବୋଲି

ସଭିଏଁ କୁହନ୍ତି ବାରମ୍ବାର

ପଥ ବହୁଦୂର ପଥିକ ନିଜର

ସାଥେ ଚାଲିବାକୁ ନଥାଏ ଡର।


ଶାଶୁଘରକୁ ବୋହୁ ହୋଇ ଯେବେ

ଝିଅଟିଏ ଯାଏ ନୁଆ ସମ୍ପର୍କ ଧରେ

ଆପଣାର କରି ସମ୍ପର୍କ ଚାବିକୁ

ନିଜ ହୃଦୟେ ସାଇତି ରଖେ।


ବୋହୁ ପରା ଲକ୍ଷ୍ମୀ ଶଶୁର ଘରର

ଧନ ସମ୍ପଦେ ଯାଏ ପୁରି

ତଥାପି ମଣିଷ ଲୋଭର ଆକଟେ

ଆଶା ରଖିଥାଏ ମନେ ଧରି।


ଝିଅ ଆଉ ବୋହୁ ସଭିଏଁ ସମାନ

ଭାବିବା ଉଚିତ ସେହି

ଦୁଃଖସୁଖ ସବୁ ମୁଣ୍ଡରେ ଲଦିଣ

ସଂସାର ସାଗର ହୁଏ ପାରି।


ସୁନ୍ଦର ବୋହୁ ଅସୁନ୍ଦର ବୋହୁ

ମନରେ ନ ଧରି ମନକୁ ଆଦରି

ସଂସାର ସାଗରେ ଭଲ ଗୁଣ ଧରି

ଆସିଥାଏ ଯିଏ ସେହି ପରା ଲକ୍ଷ୍ମୀ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract