STORYMIRROR

Anjana Naik,Anju..Deogarh

Classics

4  

Anjana Naik,Anju..Deogarh

Classics

ମାଆ ମୁଁ ଭଲରେ ଅଛି

ମାଆ ମୁଁ ଭଲରେ ଅଛି

1 min
455

ୟୁକ୍ରେନ-ରୁଷର ଯୁଦ୍ଧ ସମୟରେ 

ଆମ ସରକାର ଆମ ସମସ୍ତଙ୍କୁ

ଫେରେଇ ନେବାର ନିଷ୍ପତ୍ତି ନେଇଛି 

କିଏଭ ସହରରୁ ଗାଁ କୁ ଯିବାକୁ 

ମୁଁ ମୋ ସାଙ୍ଗମାନଙ୍କ ସହିତ 

ହଷ୍ଟେଲରୁ ମୁକୁଳି ରେଳଷ୍ଟେସନ ରେ

ସାତ ଦିନ ହେଲା ଆଶ୍ରୟ ନେଇଛି 

ମାଆ ମୁଁ ଭଲରେ ଅଛି ।


ସାତ ଦିନ ହେଲା ଘରୁ ବାହାରିଛି

ବଞ୍ଚିବା ପାଇଁ ଅଳ୍ପ ଅଳ୍ପ ଖାଇ

ଖାଇବା ଧିରେ ଧିରେ ସରି ଯାଉଛି  

ବାପାଙ୍କୁ କହିବୁ ଚିନ୍ତା କରିବେନି 

ଗାଁକୁ ଯିବାକୁ ଚେଷ୍ଟା କରୁଛି

ମାଆ ମୁଁ ଭଲରେ ଅଛି ।


ଆଶ୍ରୟ ସ୍ଥଳରୁ ଖାଦ୍ୟ ପାଇ 

ସାଦା ପାଉଁରୁଟି ସାଙ୍ଗରେ ପାଣି ପିଉଛି

ଜରୁରୀ କାଗଜ ପତ୍ର ସହିତ 

ବ୍ୟାଗରେ ଦି ଚାରି ଯୋଡ଼ା ଡ୍ରେସ ଧରିଛି

ପୁରୁଣା ପେପର ଭୂଇଁରେ ବିଛେଇ 

ତା ଉପରେ ମୁଁ ଶୋଇ ଯାଉଛି 

ମାଆ ମୁଁ ଭଲରେ ଅଛି ।


ତୋପ ଶବଦରେ ନିଦ ପଡ଼ୁନାହିଁ 

ବାଟ ଚାଲି ଚାଲି ହାଲିଆ ହୋଇ ମୁଁ 

ଅନ୍ଧାରିଆ ଗଛ ମୂଳରେ ଶୋଇ ଯାଉଛି 

ରାତି ବାରଟାରେ ନିଦଭାଙ୍ଗି ଗଲେ 

ଢୋ ଢୋ ଶବ୍ଦ ଶୁଣାଯାଉଛି 

ପାଖ ଲୋକଠୁ ଜାଣି ପାରିଲି 

ପାଖା ପାଖି ଇଲାକାରେ ବୋମା ଫୁଟିଛି 

ମାଆ ମୋ ଛାତି ଥର ଥର ହେଉଛି

ମାଆ ମୁଁ ଭଲରେ ଅଛି ।


ସାଙ୍ଗ ମାନଙ୍କର ଚିନ୍ତାର କାରଣ 

କାଲି ଦିପହରୁ ମୋ ଦେହ ତାତୁଛି

ଔଷଧ କୋଉଠୁ ଆଣିବି କହିଲୁ 

ହାତର ଟଙ୍କା ସବୁ ଖର୍ଚ୍ଚ ହୋଇ ଯାଇଛି 

ପାଣି ପଟି ଦେଇ ଦେଇ ଜର ଛାଡୁନାହିଁ 

ଯେମିତି ସେମିତି ବଞ୍ଚି ରହିଛି 

ମାଆ ମୁଁ ଭଲରେ ଅଛି ।


ସୈନ୍ୟ ମାନଙ୍କର ଗୁଳି ବିନିମୟରେ 

ବାଟରେ ଘାଟରେ ଲାସ ପଡ଼ିଛି

ସମୟ ସମୟରେ ମାଡ଼ ଖାଇ ଖାଇ

ସେଇ ଗହଳି ଭିତରେ ପଡ଼ି ରହିଛି 

କେତେବେଳେ କୋଉ ଘଟଣା ଘଟିବ 

ମୋ ଶରୀରର ପରିଚୟ ପାଇଁ

ମୋ ହାତରେ ତ୍ରିରଙ୍ଗା ପତାକା ଧରିଛି 

ଆଜି ମୋତେ ଭାରି ଡର ଲାଗୁଛି 

ମାଆ ମୁଁ ଭଲରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics