ସାହିତ୍ୟ ଓ ସମାଜ
ସାହିତ୍ୟ ଓ ସମାଜ
ସାହିତ୍ୟ ଦର୍ପଣେ ସମାଜ କରଇ
ନିଜର ମୁଖ ଦର୍ଶନ
ତାର ସୁଖ ଦୁଃଖ ହାନି ଲାଭ ମନ୍ଦ
ହୁଅଇ ପ୍ରତିଫଳନ ।
ସମାଜ ର ବିନା ସାହିତ୍ୟ ର ନାହିଁ
କଳେବର କି ଅସ୍ତିତ୍ବ
ସମାଜ ର ହିତ ଅହିତ କଥାକୁ
କହିଥାଏ ଯେ ସାହିତ୍ୟ ।
ସମାଜ ର ତ୍ରୁଟି ଦୁରୀଭୂତ କରି
କରେ ସମାଜ ମଙ୍ଗଳ
ମନୁଷ୍ୟକୁ କରେ ସୁରୁଚିସମ୍ପର୍ଣ୍ଣ
ଜୀଵନ କରେ ସରଳ ।
ସମାଜ ର ହେଲେ ଉନ୍ନତି ପ୍ରଗତି
ସାହିତ୍ୟ ହେବ ଅଗ୍ରଣୀ
ମାନବ ଜୀବନ ବିଷାଦ ମିଟାଇ
ସାଜି ପାରେ ସେ କଲ୍ୟାଣୀ ।
ନୈତିକତା ଆଜି ଅଭାବ ଘଟୁଛି
ସାହିତ୍ୟ ସ୍ରଷ୍ଟା ଙ୍କ ଠାରେ
ସମୂହ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ
ସାହିତ୍ୟେ କଳୁଷ ଭରେ ।
ଭାଷା ର ମର୍ଯ୍ୟାଦା ବଢାଏ ସାହିତ୍ୟ
ବଢାଏ ସମାଜ ମାନ
ଯେ ଦେଶ ର ଭାଷା ସାହିତ୍ୟ ଉତ୍କୃଷ୍ଟ
ବିଶ୍ୱ ରେ ସେ ଅଗ୍ରଗଣ୍ୟ ।
ବଳିଷ୍ଠ ହୋଇଲେ ସମାଜ ଆମର
ସମୃଦ୍ଧ ହେବ ସାହିତ୍ୟ
ମାତୃଭୂମି ମାତୃଭାଷା ପ୍ରଗତିରେ
ବଢିବ ଜାତି ମହତ୍ତ୍ୱ ।
ଆଧ୍ୟାତ୍ମିକ ଚିନ୍ତା ଚେତନା କୁ ପୁଣି
କରିଲେ ପୁନର୍ଗଠନ
ସମାଜ ହସିବ ସାହିତ୍ୟ ଦର୍ପଣେ
ସ୍ବର୍ଣ୍ଣିମ ହେବ ଜୀବନ ।
