STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ପ୍ରବାଦ ପୁରୁଷ

ପ୍ରବାଦ ପୁରୁଷ

1 min
333

ହେ ପ୍ରବାଦ ପୁରୁଷ କଳିଙ୍ଗ ଷଣ୍ଢ ବିଜୁବାବୁ 

ଏ ମାଟିର ଲଢୁଆ ବୀର ଅମର ସନ୍ତାନ 

ସ୍ବରାଜ୍ୟ ପ୍ରୀତି ତୁମର ଥିଲା ଅନନ୍ୟ,

ସେବା ତ୍ୟାଗ ଆଦର୍ଶ ଥିଲା ତୁମର ନିଆରା 

ଏ ଓଡ଼ିଆ ଜାତି ପ୍ରତି ସହୃଦୟର ଭାବନା 

ଯା' ଲାଗି ତୁମେ ହୋଇଛ ଧନ୍ୟ ବରେଣ୍ୟ।


ପିଲାଟି ଦିନରୁ ମାତୃଭୂମି ମାଆ ପାଇଁ 

ଅକ୍ଳାନ୍ତ ଉଦ୍ୟମ ସାହସର ସହିତ ନିଷ୍ଠା ରଖି

କରି ଚାଲିଥିଲ ତୁମେ ତୁମୂଳ ସଂଗ୍ରାମ, 

ପାଇ ଉପଯୁକ୍ତ ଶିକ୍ଷା ଦୀକ୍ଷା ସଂସ୍କାର 

ସ୍ବପ୍ନ ଦେଖୁଥିଲ ଗଢିବାକୁ ସ୍ଵତନ୍ତ୍ର ରାଜ୍ୟ 

କର୍ମମୟ ଜୀବନ ତୁମର ଥିଲା ଅବିରାମ। 


ସୁଦକ୍ଷ ବିମାନ ଚାଳକ ସୈନିକ ଭାବେ 

ନେହେରୁଜୀଙ୍କ ବନ୍ଧୁ ଇଣ୍ଡୋନେସିଆର 

ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ରକ୍ଷାକଲ ମୃତ୍ଯୁମୁଖୁ,

ହୋଇ ଜନପ୍ରିୟ ମହାନନେତା କଲ ରାଜନୀତି 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦେ ହୋଇ ଅଭିଷିକ୍ତ 

ସୁଶାସନେ ପ୍ରଶାସନେ ଉଦ୍ଧାରିଲ ଭୁଭୁକ୍ଷୁ। 


ତୁମ ଉଦ୍ୟମ ପ୍ରଚେଷ୍ଟା ବଳେ ସମ୍ଭବ ହୋଇଛି 

ପାରାଦ୍ଵୀପ ବନ୍ଦର ମିଗ୍ ବିମାନ କାରଖାନା 

ଲୌହ ଇସ୍ପାତ ଶିଳ୍ପ ସଙ୍ଗେ କୃଷି ବୈଷୟିକ 

ବିଶ୍ଵବିଦ୍ୟାଳୟର ଥିଲା ଯା ମନେ ତୁମ କଳ୍ପନା, 

ଜାତି ନନ୍ଦିଘୋଷ ଚଳାଇ ନିଷ୍ଠାର ପଥେ 

ସୃଷ୍ଟି କଲ ଐଶ୍ୱର୍ଯ୍ୟ ବିଭବର ଗନ୍ତାଘର 

ସଫଳତାର ଶୀର୍ଷେ ପହଞ୍ଚାଇଲ ସ୍ଵରାଜ୍ୟକୁ 

ଯା ଲାଗି ସମୂହ ଜନତା କରନ୍ତି ଅଭ୍ୟର୍ଥନା। 


ଓଡ଼ିଆ ଜାତିର କୋଟି କୋଟି ସନ୍ତାନ ସବୁ

ହୃଦୟରୁ ଜଣାନ୍ତି ତୁମକୁ କୋଟି କୋଟି ପ୍ରଣତି 

ତୁମେ ଏକମାତ୍ର ବ୍ୟକ୍ତି ବିଶେଷ ନୁହଁ ବିଜୁବାବୁ 

ସମୂହ ଅନୁଷ୍ଠାନର ସର୍ବମୟ ମୁଖ୍ୟ ପୁରୋଧା, 

ତୁମ ନାମେ ଯୋଡିବାକୁ ବିଶେଷଣ ପଦ 

ନାହିଁ ମୋର ଅଭିଧାନେ ଆଳଙ୍କାରିକ ଶବ୍ଦ 

ତୁମେ ତ ସ୍ଵୟଂ ଅମ୍ଳାନ ଅକ୍ଷୟ ଇତିହାସ 

ହୋଇ ରହିଛ ଲଙ୍ଘି ଜୀବନେ ବିପତ୍ତି ବାଧା।


ଚାହିଁଥଲ ତୁମେ ଗଢିବାକୁ ସ୍ବର୍ଣ୍ଣ ଓଡ଼ିଶା 

ଘୁଞ୍ଚାଇବ ଗରିବ ଜନର ଅଭାବ ଦୈନ୍ୟତା 

ମନେ ପ୍ରାଣେ କା'ର ନ ରହିବ କ୍ଲେଶ, 

ଏ ଦୁଃଖ ଯାତନା ଦୂର କରିବାକୁ ପୁଣିଥରେ 

ଓଡ଼ିଶା ମାଟିରେ ଜନ୍ମ ନିଅ ହେ ମାଟି ପୁତ୍ର 

ଅତୀତର କଳିଙ୍ଗ ଆଜିର ଏ ଓଡ଼ିଶାକୁ 

ବିକାଶର ପଥେ ନେଇଯାଅ ଭରିଦେଇ ହସ।

   


Rate this content
Log in

Similar oriya poem from Classics