ଭୋଳା ନାଥ ମହେଶ୍ୱର
ଭୋଳା ନାଥ ମହେଶ୍ୱର
ଭୋଳା ନାଥ ମହେଶ୍ୱର
ଆହେ ଗଙ୍ଗାଧର
ଆସିଛି ଜାଗର ରହିବି ଉଜାଗର l
ବରଷକେ ଥରେ ଏ ରାତି ଆସିଛି
ମହା ଶିବ ରାତ୍ରି ଜଗତ କହୁଛି
ଭୋଳା ନାଥ ମହେଶ୍ୱର ଆହେ ଚନ୍ଦ୍ର ଶେଖର
ଚଢାଇ ଦେବି ପ୍ରଭୁ ବେଲ ପତର ll
କେତେ ଆଶା ନେଇ ଭକତ ଆସିଛି
ଦୀପ ଟିଏ ଜାଳି ଚରଣେ ପଡିଛି
ଭୋଳାନାଥ ମହେଶ୍ୱର ଆହେ ଜଟାଧର
ଭକତ ଦୁଃଖ କୁ କରିଦିଅ ଦୂର ll
ମହାକାଳ ନାମ ତୁମର ହୋଇଛି
ବିପଦେ ଭକତ ତୁମକୁ ଡାକୁଛି
ଭୋଳାନାଥ ମହେଶ୍ୱର ଆହେ ଯୋଗେଶ୍ବର
ମହପାପ ଯିବ ଦର୍ଶନେ ତୁମର ll
ମନ୍ଦିର ଉପରେ ମହାଦୀପ ଜଳୁଛି
ଜ୍ୟୋତି ସ୍ୱରୂପ ରେ ଦର୍ଶନ ଦେଉଛି
ଭୋଳାନାଥ ମହେଶ୍ୱର ଆହେ ଗୁପ୍ତେଶ୍ବର
କରୁଛି ଗୁହାରି ଦେଇ ମୋ ଅନ୍ତର ll
