STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଗୁରୁ ଦେବ

ଗୁରୁ ଦେବ

1 min
133


ଅଜ୍ଞାନ ଅନ୍ଧକାରେ ଘରୁ ମୁଁ ବୁଲୁଛି

ପଥ ଦେଖାଅ ଗୁରୁ ଦେବ

ତୁମେ ମୋ ଶକତି ମନ ର ଭକତି

ତୁମ ପରି କିଏ ହେବ ।


ମୋ ମନ କଥା ତୁମେ ବୁଝି ପାର

ସରଳ ହୃଦୟ ଅଛି ଯେ ତୁମର

ତୁମ ବିନା କାହାକୁ ନିଜର ଭାବିନି

କେବେ ତୁମକୁ ଭୁଲି ତ ପାରେ ନି ।


ମିଛ ମାୟା ଜାଲେ ଛନ୍ଦି ହୋଇ ଯାଏ

ମୁକ୍ତି କର ଗୁରୁ ଦେବ


ତୁମର ବାଣୀ ଶୁଣି ଶାନ୍ତି ଲାଗେ

ଭକ୍ତି ଭାବ ନୀତି ମନରେ ଜାଗେ

ବୈରାଗ୍ୟର ତୁମେ ହେଲ ପ୍ରତି ମୂର୍ତ୍ତି

ତୁମ ବିନା ନାହିଁ ମୋର ଅନ୍ୟ ଗତି ।


କାମ କ୍ରୋଧ ଅନଳେ ଜଳି ମୁଁ ଯାଏ

ରକ୍ଷାକର ଗୁରୁ ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics